ତାଜମହଲକୁ ସମ୍ଭାଳି ପାରୁନ ତ’ ଭାଙ୍ଗି ଦିଅ: ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ସ୍ଥାନ ପାଇଥିବା ତାଜମହଲର ସୁରକ୍ଷାକୁ ନେଇ ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରାଜ୍ୟ ସରକାର ତାଜମହଲକୁ ସୁରକ୍ଷା ଦେଇ ପାରୁ ନାହାନ୍ତି ଯଦି ଭାଙ୍ଗି ଦିଅନ୍ତୁ ବୋଲି ସୁପ୍ରିମ କୋର୍ଟ ରାଜ୍ୟକୁ ତୀବ୍ର ସମାଲୋଚନା କରି ପ୍ରକାଶ କରିଛି। ଜଷ୍ଟିସ ମଦନ ଭିମରାଓ ଲୋକୁରଙ୍କ କୋର୍ଟରେ ତାଜମହଲର ରଙ୍ଗ କ୍ରମଶଃ ଫିକା ପଡ଼ୁଥିବା ପ୍ରସଙ୍ଗକୁ ନେଇ ସୁପ୍ରିମ କୋର୍ଟ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏପରିକି କେନ୍ଦ୍ର ସରକାର ଓ ସରକାରୀ ସଂସ୍ଥା ଏଏସଆଇର ଉଦାଶୀନତାକୁ ନେଇ ସୁପ୍ରିମ କୋର୍ଟ ଟିପ୍ପଣୀ ଦେଇଛି।
ଫ୍ରାନ୍ସର ଏଫିଲ ଟାୱାରକୁ ଦେଖିବାକୁ ବର୍ଷକୁ ୮୦ମିଲିୟନ ପର୍ଯ୍ୟଟକ ଯାଉଥିବାବେଳେ ତାଜମହଲକୁ ଦେଖିବାକୁ କେବଳ ୫ମିଲିୟନ ପର୍ଯ୍ୟଟକ ଆସୁଛନ୍ତି। ସରକାର ତାଜମହଲକୁ ନେଇ ଗମ୍ଭୀର ନୁହନ୍ତି, ଏପରିକି ପର୍ଯ୍ୟଟକଙ୍କ ସୁରକ୍ଷା ଓ ସେମାନଙ୍କ ସୁବିଧା ପ୍ରତି ସରକାର ଉଦାସୀନ। ଫଳରେ ରାଜସ୍ୱ ହରାଉଛି ଦେଶ।
ସରକାର ତାଜମହଲରେ ପର୍ଯ୍ୟଟକଙ୍କ ସୁବିଧା ପରିବର୍ତ୍ତେ ସେଠାରେ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗ୍ରହୀ। ସେଥିପାଇଁ ଏଭଳି ଏକ ଐତିହାସିକ ନିଦର୍ଶନ ନିକଟରେ ଶିଳ୍ପ ପ୍ରତିଷ୍ଠାନ କରିବାକୁ ସୁପ୍ରିମ କୋର୍ଟରେ ବାରମ୍ବାର ଗୁହାରି କରାଯାଉଛି।

Leave A Reply