୨ ଦିନିଆ ଜିଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକର ଟାମ୍ପରଗଡ଼ ଗ୍ରାମପଞ୍ଚାୟତର ମହୁଲପାଲି ଖେଳପଡ଼ିଆ ଠାରେ ଚାଳିଥିବା ୨ ଦିନିଆ ଜିଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ ଜିଲାର ଯୁଯୋମୁରା, ମାନେଶ୍ୱର, ଜମନକିରା ବ୍ଲକର ୮ ଗୋଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ। ଏହାର ଫାଇନାଲ ମ୍ୟାଚଟି ଗୋଗୁଆପଡା ଓ ବରଗାଁ କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବରଗାଁ ଦଳ ବିଜୟୀ ଏବାସ଼ହ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲା। ଏହାର ପୁରସ୍କାର ବିତରଣୀ ତଥା ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଟାମ୍ପରଗଡ଼ ପଞ୍ଚାୟତର ସରପଞ୍ଚ କ୍ଷିରୋଦ ରାଉଳ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଜୟ କୁମାର ଧଲ, ଚିନ୍ତାମଣି ପ୍ରଧାନ, ଅରୁଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ମହୁଲପାଲି ସମଲେଶ୍ବରୀ କ୍ରିକେଟ କ୍ଲବ୍ ପକ୍ଷରୁ ଆୟୋଜିତ ଏହି କ୍ରିକେଟ ପ୍ରତିଯୋଗିତାକୁ ଆୟୋଜନରେ କ୍ଲବର ସଭାପତି ଚନ୍ଦନ ସାହୁ, ସମ୍ପାଦକ ଜନ୍ମେଜୟ ବିଶ୍ବ।ଲ, ସଭ୍ୟ ମଣ୍ଟୁ ସାହୁ, ଅପୁର୍ବ ଛତର ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ। ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

Comments are closed.