ଡେସ୍କ: ଚେନ୍ନାଇ ଡିଭିଜନର ଗୁମ୍ମିଦିପୋଣ୍ଡି ନିକଟରେ ଥିବା କାଭାରାପେଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ଅଟକି ରହିଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ୬ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସୂଚନା ଅନୁଯାୟୀ, ୨ରୁ ୩ଟି ବଗିରେ ନିଆଁ ଲାଗିଯାଇଛି। କେତେକ ବଗିରୁ ଧୂଆଁ ବାହାରୁଥିବା ଜଣାପଡିଛି। ଇତି ମଧ୍ୟରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଛି।
ତାମିଲନାଡୁରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ pic.twitter.com/PnhzGtNLRG
— Samaja Live (@samajalive) October 11, 2024



