www.samajalive.in
Monday, December 8, 2025
27.1 C
Bhubaneswar

ନୀଳଗିରି ସିରିଚ ଚୋରି ଘଟଣାର ପର୍ଦ୍ଦାଫାସ, ୨ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଗୋପୀନାଥପୁର ଗାଁର ମହେଶ୍ୱର ବେହେରାଙ୍କ ପରିବାର ଘରେ ନଥିବା ସମୟରେ ଗତ ସେପ୍ଟେମ୍ବର ୨୪ରାତି ପ୍ରାୟ ୮ଟା ସମୟରେ ତାଙ୍କର ସମ୍ପର୍କୀୟ ପୁତୁରା ଘରେ ପଶି ଆଲମାରୀରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣଅଳଙ୍କାର ଓ ନଗଦ ୩ହଜାର ଟଙ୍କା ଚୋରି କରିଥିଲା।

ଚୋରି କରିଥିବା ଏହି ସ୍ୱର୍ଣ୍ଣଅଳଙ୍କାରକୁ ନୀଳଗିରିସ୍ଥିତି ଆଇଆଇଏଫ୍‍ଏଲ ନାମକ ଏକ ଫାଇନାନ୍ସ ସଂସ୍ଥାରେ ବନ୍ଧକ ରଖି ୪୦ହଜାର ଟଙ୍କା ଆଣିଥିଲା। ଏପରିକି ଏହି ଚୋରି କାର୍ଯ୍ୟରେ ବରିସାହିର ତଥା ନୀଳଗିରି ଗୁଣ୍ଡିଚା ବଜାରରେ ଚାଓମିନ ଦୋକାନି ସହଯୋଗ କରିଥିଲା । ଏନେଇ ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କଠାରୁ ୩ହଳ କାନଫୁଲ, ଗୋଟିଏ ସୁନାହାର, ରୂପା ପାଉଁଜି ଏବଂ ୪୦ହଜାର ଟଙ୍କା ଜବତ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‍ପି ରାଜ୍‍ ପ୍ରସାଦ ସୂଚନା ଦେଇଥିଲେ।

- Advertisement -

ସେହିଭଳି ଜୁଲାଇ ୨ତାରିଖରେ ଉକ୍ତ ଗାଁର ମନ୍ଦାକିନି ବେହେରାଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଅଭିଯୁକ୍ତ ସହିତ ୨ଜଣ ନାବାଳକ ସମ୍ପୃକ୍ତ ଥିଲେ । ଉକ୍ତ ଘଟଣାରେ ୨ବାଳ ଅପରାଧିଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଥିବା ବେଳେ ସେମାନଙ୍କଠାରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ସିରିଜ ଚୋରି ଘଟଣାରେ ଏସ୍‍ଡିପିଓ ଶ୍ରୀ ଉପାଧ୍ୟାୟଙ୍କ ସମେତ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ସବ୍‍ଇନ୍ସପେକ୍ଟର ସୁବର୍ଣ୍ଣ ବେହେରା, ଦିଲୀପ ସେନାପତି, ଏଏସଆଇ ଅନନ୍ତ ମୁର୍ମୁ ପ୍ରମୁଖ ତଦନ୍ତ କରୁଥିଲେ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories