www.samajalive.in
Monday, December 8, 2025
13.1 C
Bhubaneswar

ଦାଦନ ଖଟିବାକୁ ଯାଇ ଅକାଳ ମୃତ୍ୟୁର ଶିକାର ହେଲେ ଅର୍ଚ୍ଚନା 

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି।  ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି ଗାଁ ବାଘପଦା ସାହିର ଜଣେ ଯୁବତୀ ପାଟମାଝି ଗୋଆ ରାଜ୍ୟକୁ ଯାଇ କାମଧନ୍ଦା ଅନ୍ବେଷଣ କରି ଗୋଟିଏ ଘରୋଇ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ କାର୍ଯ୍ୟରେ ଯୋଗ ଦେବାର  ଦୁଇ ଦିନ ପରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ତୁନ୍ତର ଗୋଆର ବାମ୍ୱଲିମ୍ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଯୁବତୀଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ଝିଞ୍ଜିରୀଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ଶୁକ୍ରବାର କନ୍ଧମାଳ ଜିଲାପାଳ ଏବଂ ସ୍ଥାନୀୟ ବିଡ଼ିଓଙ୍କୁ ଚିଠି ମାଧ୍ୟମରେ ନିବେଦନ କରିବା ପରେ ଜିଲା ଶ୍ରମ ବିଭାଗ ଅଧିକାରୀଙ୍କ ଜରୀଆରେ ଯୋଗାଯୋଗ କରି  ଉକ୍ତ ଯୁବତୀଙ୍କ ମୃତଦେହ ଆଣିବା ବ୍ୟବସ୍ଥା କରାଯାଉଥିବା ନେଇ ସରପଞ୍ଚ ଶ୍ରୀମତୀ ପ୍ରଧାନ କହିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories