ସିଆଁବାହାଲ ଏବଂ ଲହମନି ଗ୍ରାମରେ ସିଲେଇ ତାଲିମ ଶିବିର

ରେଙ୍ଗାଲି :  ରେଙ୍ଗାଲି ବ୍ଳକ୍ ଜଙ୍ଗଳା ପଞ୍ଚାୟତର ସିଆଁବାହାଲ ଏବଂ ଲହମନି ଗ୍ରାମରେ ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ସିଲେଇ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ୧୫ରୁ ୪୯ ବର୍ଷ ବୟସ୍କ ୩୦ ଜଣ ଲେଖାଏଁ ମହିଲାଙ୍କୁ ସିଲେଇ ତାଲିମ ଦେବା ଆରମ୍ଭ ହୋଇଛି। ଆଜି ଉଭୟ ଗ୍ରାମରେ ତାଲିମ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଜଙ୍ଗଲା ସରପଞ୍ଚ ଶ୍ରୀମତୀ ରୀତା ବିଶ୍ୱାଲ, ସମାଜସେବୀ ଶଶିଭୂଷଣ ସାହୁ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷା ଦୟାବତି ମିଞ୍ଜ, ସୁଧା ଓରାମ, ପାଷ୍ଟର୍ ବୌସ୍ ଭେଙ୍ଗରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଗ୍ରାମ ସ୍ୱରାଜ୍ ବିକାଶ ସମିତି ସମ୍ପାଦକ ପ୍ରଭାତୀ ବାରିକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଉଦଘାଟନୀ କାର୍ଯକ୍ରମ ଆୟୋଜନରେ ସସ୍ମିତା ବିଶା୍ୱଲ, ଶ୍ରୀମତୀ ରଶ୍ମିତା ବାର୍ଲା, ଦେବକି ରଣା ପ୍ରମୁଖ ସହଯୋଗ କରିଥିଲେ । ମହିଳା ମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଏହି ତାଲିମ ବ୍ୟବସ୍ଥା କରାଯାଇଛି ବୋଲି ସମିତି ପକ୍ଷରୁ କୁହାଯାଇଛି ।

Comments are closed.