www.samajalive.in
Saturday, December 6, 2025
16.1 C
Bhubaneswar

ଟାଗୋର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସ୍କୃତିକ ସଦ୍‍ଭାବନା ପାଇଁ ଟାଗୋର ପୁରସ୍କାର ପ୍ରଦାନ କରିଛନ୍ତି। ମଣିପୁରୀ ନୃତ୍ୟଶିଳ୍ପୀ ରାଜକୁମାର ସିଂହଜିତ୍‍ଙ୍କୁ ୨୦୧୪ ମସିହା ପାଇଁ ଏହି ପୁରସ୍କାର ଦିଆଯାଇଥିବା ବେଳେ ବାଂଲାଦେଶର ସାଂସ୍କୃତିକ ସଂଗଠନ ‘ଛାୟାନୌତ୍‍’କୁ ୨୦୧୫ ପାଇଁ ଏହି ପୁରସ୍କାର ଦିଆଯାଇଛି। ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର କୃତି ଓ ବଙ୍ଗଳା କଳାର ବିକାଶ ପାଇଁ ବିଶେଷ ଅବଦାନ ସକାଶେ ‘ଛାୟାନୌତ୍‍’ ସଂଗଠନକୁ ପୁରସ୍କୃତ କରାଯାଇଛି। ସ୍ୱନାମଧନ୍ୟ ସ୍ଥପତି ତଥା ବିଦ୍ୱାନ ରାମ୍‍ବନ୍‍ଜି ସୁତାରଙ୍କୁ ୨୦୧୬ ମସିହା ପାଇଁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଉପସ୍ଥିତ ଥିଲେ। ମାନବ ସଭ୍ୟତା ପାଇଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର୍‍ଙ୍କର ଅବଦାନଗୁଡ଼ିକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ୨୦୧୨ ମସିହାରୁ ସରକାରଙ୍କ ପକ୍ଷରୁ ସାଂସ୍କୃତିକ ସଦ୍‍ଭାବନା ପାଇଁ ଟାଗୋର ପୁରସ୍କାର ପ୍ରଦାନ କରାଯାଉଛି। ଏହି ପୁରସ୍କାର ପାଇଁ ଚୟନ କମିଟିରେ ଭାରତର ପ୍ରଧାନ ବିଚାରପତି, ଲୋକସଭାରେ ଏକକ ସଂଖ୍ୟାଗରିଷ୍ଠ ବିରୋଧୀଦଳ ନେତା, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏନ୍‍. ଗୋପାଳସ୍ୱାମୀ ଏବଂ ସାଂସ୍କୃତିକ ସଂପର୍କ ପାଇଁ ଭାରତୀୟ ପରିଷଦର ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧ ସଦସ୍ୟ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories