ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ (ସି.ଆର୍.ପି.ଏଫ୍.) ଜାମ୍ମୁ କାଶ୍ମୀରରେ ଯବାନମାନଙ୍କ ଗାଡ଼ି ଚଳାଚଳକୁ ଅଧିକ ସୁରକ୍ଷିତ ଓ ନିରାପଦ କରିବା ପାଇଁ କେତେକ ନୂଆ ନିରାପତ୍ତା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ସି.ଆର୍.ପି.ଏଫ୍. ମହାନିର୍ଦ୍ଦେଶକ ଆର୍.ଆର୍. ଭଟନାଗର କହିଛନ୍ତି, ଯବାନମାନଙ୍କ ଗାଡ଼ି ଚଳାଚଳ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଭ୍ ପ୍ରୋସିଜିଓର ଅବଲମ୍ବନ କରାଯିବ। ଟ୍ରାଫିକ୍ ନିୟନ୍ତ୍ରଣ ସମେତ ଗାଡ଼ି ଚଳାଚଳର ସମୟ ଓ ରାସ୍ତାରେ ରହଣି ଆଦି ପ୍ରକ୍ରିୟାକୁ ସୁସଂଯତ କରାଯିବ। ଶ୍ରୀ ଭଟନାଗର କହିଛନ୍ତି, ଯବାନମାନଙ୍କ ଗାଡ଼ି ଚଳାଚଳ ସମୟରେ କୌଣସି ବେସାମରିକ ଗାଡ଼ିକୁ ରାସ୍ତାରେ ଯିବାକୁ କିମ୍ବା ଅତିକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ। ଗତ ଗୁରୁବାର ଦିନ ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣରେ ୪୦ଜଣ ସି.ଆର୍.ପି.ଏଫ୍. ଯବାନ ଶହୀଦ୍ ହେବା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
Popular Categories



