ମୋହନା : ଗଜପତିି ଜିଲ୍ଲା ମୋହନା ବ୍ଳକ ପାଲିଟିଛି ଗଞ୍ଜେଇ ବେପାରୀଙ୍କ ଭୁସ୍ୱର୍ଗ । ସୋମବାର ଅଡବା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୁଡଙ୍ଗପୁର ପଞ୍ଚାୟତ ରେଣୁ ଗ୍ରାମରୁ ୪ ଜଣ ଗଞ୍ଜେଇ ବେପାରୀ ଶତମ ଖାନ, ମିଜାନ ଖାନ, ସାହାଗୀର ଖାନ ଓ ମୁଶରତ ଖାନଙ୍କୁ ଗିରଫ କରିଛି। ସମସ୍ତ ବେପାରୀ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ସେମାନଙ୍କ ଠାରୁ ୮୨ କେଜି ଗଂଜେଇ ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅଡବା ଥାନାଧିକାରୀ ମୁକେଶ ଲାକ୍ରା କହିଛନ୍ତି। ଏହି ଚଢାଉରେ ଏସଆଇ ମମତା ପଣ୍ଡା, ଉତ୍କଳ କେଶରୀ ପ୍ରଧାନ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ବିଭିନ୍ନ ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ଚୋରା ଗଞ୍ଜେଇ ବେପାରୀମାନେ ମୋହନା ବ୍ଳକର ଦୁର୍ଗମ ଅଞ୍ଚଳକୁ ଯାଇ ଚୋରାରେ ଗଞ୍ଜେଇ ନେଇ ଚଢା ଦରରେ ବିକ୍ରି କରି ମାଲେମାଲ ହେଉଥିବା ଜଣାପଡିଛି।
ସେହିପରି ମୋହନା ପୁଲିସ ମୋହନା ଥାନା ନିକଟ କାଳିଆ ପଟ୍ଟା ଛକ ନିକଟ ଅନ୍ତରବା ଗ୍ରାମର ଜେମିଆସ ମାଳି ଠାରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଗିରଫ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
୧୦୭ କେଜି ଗଞ୍ଜେଇ ଜବତ,୫ ବେପାରୀ ଗିରଫ
Popular Categories



