www.samajalive.in
Saturday, December 6, 2025
14.1 C
Bhubaneswar

ଯୁବକଙ୍କୁ ଛୁରୀ ଭୁସି ହତ୍ୟା: ଅଭିଯୁକ୍ତ ଗିରଫ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ ଅଭାବନୀୟ ଘଟଣା ଘଟିଛି। ଏକ ବିବାହ କାର୍ଯ୍ୟକ୍ରମରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତକ ପ୍ରଶାନ୍ତ ପ୍ରଧାନ ବୋଲି ଜଣାପଡିଛି। ସୂଚନା ମୂତାବକ ମଙ୍ଗଳବାର ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ବିବାହ ଉତ୍ସବ ଥିଲା। ବାହାଘର ଚାଲିଥିବା ସମୟରେ ହଠାତ୍ ଉକ୍ତ ଗାଁର ଜଣେ ଯୁବକ ଆସି ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପରିବାର ଲୋକ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ଗାଁ ଲୋକ ଅଭିଯୁକ୍ତ ଶ୍ରହରିର ଘର ପୋଡି ଦେଇଥିବା ଦେଖିବାକୁ ମିଳିଛି । ଏପରିକି ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ଗ୍ରାମବାସୀ ବୁଧବାର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପରେ ଘଟଣାସ୍ଥଳରେ ମୋହନା ପୁଲିସ୍ ଏବଂ  ଆର୍‌.ଉଦୟଗିରି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories