www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ ୪-୦ରେ ସିରିଜ ପୋଛିଲା

କଲମ୍ବୋ : ଅଧିନାୟିକା ହରମନପ୍ରୀତ କୌରଙ୍କ ପ୍ରଶଂସନୀୟ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ମଙ୍ଗଳବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚରେ ଘରୋଇ ଶ୍ରୀଲଙ୍କାକୁ ୫୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚଟିକିଆ ସିରିଜକୁ ୪-୦ରେ ହାତେଇ ନେଇଛି।
ଶ୍ରୀଲଙ୍କା ଅଧିନାୟିକା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ। ଭାରତ ୩୦ ରନରେ ସ୍ମୃତି ମାନ୍ଧାନା (୦) ଓ ମିତାଲି ରାଜଙ୍କ (୧୨) ୱିକେଟ ହରାଇଥିଲା। ତେବେ ଚମତ୍କାର ଫର୍ମରେ ଥିବା ଜେମିମା ରୋଡ୍ରିଗ୍ୱେଜ୍‍ ଓ ହରମନପ୍ରୀତ କୌର ୩ୟ ୱିକେଟ ପାଇଁ ୭୫ ରନ ଯୋଗକରି ସ୍ଥିତିକୁ ସୁଧାରିଥିଲେ। ଜେମିମା ୪୬ ରନ କରି ଚତୁର୍ଥ ଖେଳାଳିଭାବେ ଆଉଟ ହୋଇଥିଲେ। ହରମନପ୍ରୀତ ଗୋଟିଏପଟେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିବାରୁ ଭାରତ ୧୮.୩ ଓଭରରେ ୧୫୬ ରନରେ ଅଲଆଉଟ ହୋଇଥିଲା। ହରମନପ୍ରୀତ ୩୮ଟି ବଲରୁ ୩ଟି ଚୌକା ଓ ୫ଟି ଛକା ସହାୟତାରେ ୬୩ ରନ କରି ଅଷ୍ଟମ ଖେଳାଳିଭାବେ ଆଉଟ ହୋଇଥିଲେ। ଭାରତର ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଇନୋସି ଫର୍ଣ୍ଣାଣ୍ଡୋ ୩ଟି ୱିକେଟ ଅକ୍ତିଆର କରିଥିଲେ।
ଜବାବରେ ଶ୍ରୀଲଙ୍କା ୧୭.୪ ଓଭରରେ ୧୦୫ ରନରେ ଅଲଆଉଟ ହୋଇଥିଲା। ଅନୁଷ୍କା ସଞ୍ଜିବନୀ ୨୯ ଓ ଶଶିକଳା ସିରିବର୍ଦନେ, ଓସିଦା ରଣସିଂଘେ ପ୍ରତ୍ୟେକ ୨୨ ରନ କରିଥିବାବେଳେ ଭାରତ ପକ୍ଷରୁ ପୁନମ ଯାଦବ ୩ଟି ଓ ଦିପ୍ତୀ ଶର୍ମା, ରାଧା ଯାଦବ ପ୍ରତ୍ୟେକ ୨ଟି ୱିକେଟ ଅକ୍ତିଆର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories