ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ମହବତୀ ଓ ମୋବାଇଲ୍‌ ଫ୍ଲାସ ଆଲୋକରେ ରୋଗୀ ଦେଖୁଛନ୍ତି ଡାକ୍ତର

0

ବାରିପଦା . –  ମୟୁରଭଞ୍ଜରେ ଥିବା ରରୁଆଁ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ସମୟରେ ବିଦ୍ୟୁତ କାଟ ହେଉଥିବାରୁ ରାତିରେ ମହମବତୀ ଜଳାଇ ଓ ମୋବାଇଲ୍‌ର ଫ୍ଲାସ ଆଲୋକରେ ଡାକ୍ତର ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛଇ । ଏହି  ସ୍ୱାସ୍ଥ୍ୟକେନ୍ଦ୍ରରେ  ବିଦ୍ୟୁତ କାଟ ସମୟରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ଖୋଦ ଡାକ୍ତର ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କରିଛନ୍ତି ।

ମେଡିକାଲର ତତ୍ୱାବଧାନରେ ଥିବା ଡାକ୍ତର  ଦକ୍ଷିଣ ରଞ୍ଜନ ଟୁଡୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ କାଟ ପରେ ଏହାର ବିକଳ୍ପ ବ୍ୟବସ୍ଥା ହୋଇ ନ ଥିବାରୁ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ମହମବତୀ ଓ ମୋବାଇଲର ଫ୍ଲାସ ଲାଇଟ ବ୍ୟବହାର କରୁଥିବା କହିଛନ୍ତି । ଦୈନିକ ସେ ୧୫୦ରୁ ୨୦୦ ରୋଗୀଙ୍କୁ ଚିକିତ୍ସା କରୁଥିବା କଥା ପ୍ରକାଶ କରିଛନ୍ତି ।

Leave A Reply