www.samajalive.in
Sunday, December 14, 2025
14.1 C
Bhubaneswar

ଶିରିଡି ସାଇଧାମରେ ପହଞ୍ଚିଲା ସ୍ୱତନ୍ତ୍ର ତୀର୍ଥ ଯାତ୍ରୀ  ଟ୍ରେନ: ଦେହ ଖରାପ ଯୋଗୁଁ  ରାୟପୁରରେ ଓହ୍ଲାଇଲେ ଜଣେ ଯାତ୍ରୀ

ସମ୍ବଲପୁର:ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ  ଉତ୍ତରାଞ୍ଚଳ ପର୍ଯ୍ୟଟନ ଡିଭିଜନରେ ଥିବା ୧୦ଟି ଜିଲ୍ଲାର ୯୯୬ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଇଛନ୍ତି । ବରିଷ୍ଠ ତୀର୍ଥ ଯାତ୍ରୀଙ୍କର ରହିବା ଖାଇବା  ଓ ଅନ୍ୟାନ୍ୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏକ ସ୍ୱତନ୍ତ୍ର ଟ୍ରେନରେ ଏମାନେ ତୀର୍ଥ ଯାତ୍ରା ଉପଲକ୍ଷେ ବାହାରିଛନ୍ତି । ଏହି ଟ୍ରେନ ଶିରିଡି ଧାମରେ ପହଞ୍ଚିଥିବା ସୂଚନା ମିଳିଛି ।

ଜଣେ ତୀର୍ଥ ଯାତ୍ରୀଙ୍କର ଯାତ୍ରା ସମୟରେ ରକ୍ତଚାପ ବଢି ଯାଇଥିବାରୁ ଟ୍ରେନରେ ଥିବା ଡାକ୍ତରୀ ଦଳ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାୟପୁର ଷ୍ଟେସନରେ ଓହ୍ଲାଇ ଆଇଆରସିଟିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ସୂଚନା ମିଳିଛି, ତାଙ୍କୁ ଘରକୁ ଫେରାଇ ଆଣିବା ପାଇ ପର୍ଯ୍ୟଟନ ବିଭାଗ ବ୍ୟବସ୍ଥା କରୁଛି  । ସେହପରି ଏବେ ଅତ୍ୟଧିକ ଗରମ ଅନୁଭୂତ ହେଉଥିବାରୁ ଓ ଟ୍ରେନରେ ମସଲାଯୁକ୍ତ ଖାଦ୍ୟ ଖାଇ କିଛି ତୀର୍ଥ ଯାତ୍ରୀଙ୍କର ପେଟ ଖରାପ ହୋଇଥିଲା । ସେମାନଙ୍କୁ ଟ୍ରେନର ଡାକ୍ତରୀ ଦଳ ଓଆରଏସ୍‌ ପାନୀୟ ସହ ଅନ୍ୟ ଚିକିତ୍ସା କରିଥିଲେ । ଏଥିରେ ସମସ୍ତେ ଆରୋଗ୍ୟ ହୋଇଥିବା  ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର ଦଳାଇ ସୂଚନା ଦେଇଛନ୍ତି । ମଙ୍ଗଳବାରରେ  ସ୍ୱତନ୍ତ୍ର ଟ୍ରେନ ଶିରିଡିରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ହୋଟେଲରେ ବିଶ୍ରାମ ନେଉଥିବା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories