ଜିଲିଆଙ୍ଗଙ୍କୁ ଏନ୍‌ଆଇଏର ସମନ

0

ଗୌହାଟୀ : ବଟି ଆଦାୟ ଏବଂ ନ୍ୟାସନାଲ ସୋସିଆଲିଷ୍ଟ କାଉନ୍‌ସିଲ ଅଫ୍‌ ନାଗାଲାଣ୍ଡ (ଖାପଲାଙ୍ଗ)କୁ ପାଣ୍ଠି ଯୋଗାଣ ଅଭିଯୋଗରେ ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଟି. ଆର୍‌. ଜିଲିଆଙ୍ଗଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସମନ ଜାରି କରିଛି। ଏଥିଅନୁଯାୟୀ ମଙ୍ଗଳବାର ଜିଲିଆଙ୍ଗଙ୍କୁ ନୂଆଦିଲ୍ଲୀଠାରେ ସଂସ୍ଥା ସମ୍ମୁଖରେ ହାଜର ହେବାକୁ ପଡିବ। ଅନ୍ୟପକ୍ଷରେ ଜିଲିଆଙ୍ଗଙ୍କ ନିକଟତମ ସହଯୋଗୀ ଆଜେଉ ନାମସିନ ହାଉ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ମଙ୍ଗଳବାର ନବନିର୍ବାଚିତ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ଜିଲିଆଙ୍ଗ ନୂଆଦିଲ୍ଲୀ ଗସ୍ତ କରିପାରିବେ ନାହିଁ ବୋଲି ଏନ୍‌ଆଇଏକୁ ଅବଗତ କରାଯାଇଛି।

Leave A Reply