ସକ୍ରିୟ ହେଉଛି ଗଭୀର ଅବପାତ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳ ଉପରେ ସୃଷ୍ଟ ଅବପାତ, ଗଭୀର ଅବପାତ ଭାବେ ସକ୍ରିୟ ହେଉଛି । କିଛି ସମୟ ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ସମୟ ପୂର୍ବରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି।


ଏହା ଏବେ ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବର୍ତମାନ ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଥିବା ଜଣାପଡିଛି।

Comments are closed.