ସୁଇସ ବ୍ୟାଙ୍କରେ ଟଙ୍କା: କଂଗ୍ରେସ ଅମଳରେ ୪୧ହଜାର କୋଟି;ବିଜେପି ଅମଳରେ ୭ହଜାର କୋଟି
ନୂଆଦିଲ୍ଲୀ: ମୋଦୀ ସରକାର ଅମଳରେ ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ବୃଦ୍ଧି ପାଇବା ଘଟଣା ରାଜନୈତିକ ଆରୋପ ପ୍ରତ୍ୟାରୋପ ପର୍ଯ୍ୟାୟରେ ପହଞ୍ôଚଛି। ଗୁରୁବାର ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଟଙ୍କା ଦ୍ୱିଗୁଣିତ ହେବା ପ୍ରସଙ୍ଗ ପରେ ବିଜେପି ପକ୍ଷରୁ ପାଲଟା ଆକ୍ରମଣ କରାଯାଇଛି। ମୋଦୀ ଅମଳରେ ୨୦୧୭ରେ ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ୭୦୦୦କୋଟି ଟଙ୍କା ଜମା ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ବିଗତ ୧୨ବର୍ଷ ମଧ୍ୟରେ ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଟଙ୍କା ରଖିବା ପ୍ରକ୍ରିୟା ବ୍ୟାପକ ମାତ୍ରାରେ କମିଛି। କଂଗ୍ରେସ ଅମଳରେ ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଟଙ୍କା ରଖିବା ପ୍ରକ୍ରିୟା ରେକର୍ଡ଼ ମାତ୍ରାରେ ପହଞ୍ôଚ ଥିଲା। ୨୦୦୬ରେ ସୁଇସ ଆକାଉଣ୍ଟରେ ୪୧୪୦୦କୋଟି ଟଙ୍କା ଅତିକ୍ରମ କରିଥିଲା। ତେବେ ୨୦୧୪ରେ ମୋଦୀ ଦେଶର ଶାସନ ଦାୟିତ୍ୱ ନେବା ପରେ ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଟଙ୍କା କମି ୧୪ହଜାର କୋଟିରେ ପହଞ୍ôଚ ଥିଲା।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶର ଶାସନ ଦାୟିତ୍ୱ ନେଇଥିଲା। ଏହି ସମୟରେ ସୁଇସ ବ୍ୟାଙ୍କରେ ଲୁଚି ରହିଥିବା ଟଙ୍କାକୁ ନେଇ ମଧ୍ୟ ଆଲୋଚନା ହୋଇଛି। ୨୦୦୬ପରେ ୨୦୦୭ରେ ଏହି ଟଙ୍କାର ପରିମାଣ ସୁଇସ ବ୍ୟାଙ୍କରେ ୨୭୫୦୦କୋଟିରେ ପହଞ୍ôଚ ଥିଲା। ୨୦୦୮ରେ ୧୫୪୦୦କୋଟି। ୨୦୦୯ରେ ୧୨୬୦୦କୋଟି। ୨୦୧୦ରେ ୧୨୪୫୦କୋଟିରେ ପହଞ୍ôଚ ଥିଲା।
ତେବେ ୨୦୧୧ରେ ପୁଣି ଥରେ ଏହି ଟଙ୍କାର ଅନୁପାତ ବୃଦ୍ଧି ପାଇଥିଲା। ଏହି ସମୟରେ ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଟଙ୍କା ୧୪୦୦୦କୋଟିରେ ପହଞ୍ôଚ ଥିଲା। ୨୦୧୨ରେ ଏହି ଟଙ୍କା କମିଯାଇ ୯୦୦୦କୋଟିରେ ପହଞ୍ôଚ ଥିଲା। ହେଲେ ୨୦୧୩ରେ ପୁଣି ଥରେ ଏହି ଟଙ୍କାର ପରିମାଣ ୧୪ହଜାର କୋଟିରେ ପହଞ୍ôଚ ଥିଲା। ୨୦୧୪ରେ ମୋଦି ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଟଙ୍କାର ମୂଲ୍ୟ କମିଯାଇ ୧୨୬୧୫କୋଟିରେ ପହଞ୍ôଚ ଥିଲା। ୨୦୧୬ ସୁଦ୍ଧା ସୁଇସ ବ୍ୟାଙ୍କରେ ଟଙ୍କା ପରିମାଣ କମିଯାଇ ୪୫୦୦କୋଟିକୁ ହ୍ରାସ ହୋଇଯାଇ ଥିଲା।
ମୋଦି ସରକାର ଆସିବା ପରେ ସୁଇସ ବ୍ୟାଙ୍କରୁ ଟଙ୍କା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଫଳରେ କ୍ରମଶଃ ସୁଇସ ବ୍ୟାଙ୍କରେ ଟଙ୍କା ରଖିବାର ପ୍ରକ୍ରିୟାରେ ବ୍ୟାପକ ମାତ୍ରାରେ କମି ଯାଇଥିଲା। ସୁଇସ ସରକାରଙ୍କ ସହ ଏକାଧିକ ଦେଶ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ପ୍ରକ୍ରିୟାରେ ସନ୍ଧି ସ୍ଥାପନ ହୋଇଥିଲା। ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ ମଧ୍ୟ ରହିଛି। ଫଳରେ ଦୀର୍ଘ ଦିନ ଧରି ସୁଇସ ବ୍ୟାଙ୍କରେ ଟଙ୍କା ରଖିଥିବା ଭାରତୀୟ ନିଜ କଳାଧନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଆରମ୍ଭ କରିଦେଲେ। ଏହା ବ୍ୟତୀତ ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡ଼ିକର ଚାପ ଫଳରେ ସୁଇସ ବ୍ୟାଙ୍କ ବିଦେଶୀ ନାଗରିକଙ୍କ ଟଙ୍କା ରଖିବା କ୍ଷେତ୍ରରେ ଆଇନକୁ କଡ଼ାକଡ଼ି କରିଦେଲେ। ଫଳରେ ଭାରତୀୟଙ୍କ ପାଇଁ ସୁଇସ ବ୍ୟାଙ୍କରେ କଳାଧନ ଲୁଚାଇବା ଏକପ୍ରକାର କାଠିକର ପ୍ରମାଣିତ ହେବାକୁ ଲାଗିଲା।