www.samajalive.in
Sunday, December 7, 2025
23.1 C
Bhubaneswar

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣିଛନ୍ତି କି ?

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ତାହା ହୁଏତ ସଭିଏଁ ଜାଣିନଥିବେ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ରହିଛି। ଜାଣନ୍ତୁ ଏହା ବିଷୟରେ …..
ଏଥିରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ଲବଣ ଭରପୂର ମାତ୍ରାରେ ରହିଛି। ଏହାସହ ଏଥିରେ ସାମାନ୍ୟ ପରିମାଣରେ କ୍ୟାଲୋରୀ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇରହିଥାଏ।
କନ୍ଦମୂଳରେ ଭରପୂର ମାତ୍ରାରେ ଭିଟାମିନ ବି୬ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ରୋଗରୁ  ମୁକ୍ତି ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
କନ୍ଦମୂଳ ଭିଟାମିନ ଡ଼ିର ଏକ ଉତ୍ତମ ସ୍ରୋତ ଅଟେ। ଏହି ଭିଟାମିନ ଦାନ୍ତ , ହାଡ଼ ତ୍ୱଚା ଏବଂ ଶିରାପ୍ରଶିରା ପାଇଁ ଖୁବ ଆବଶ୍ୟକ।
ଏଥିରେ ଭରପୂର ମାତ୍ରାରେ ଆଇରନ ରହିଛି। ଆଇରନର ଅଭାବ ହେବା ଦ୍ୱାରା ଶରୀରରେ ଶକ୍ତି ହ୍ରାସ ପାଇବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ରକ୍ତ କୋଷ ସଠିକ ଭାବେ ଗଠନ ହୋଇପାରି ନଥାଏ। କନ୍ଦମୂଳ ଖାଇବା ଦ୍ୱାରା ଆଇରନର ଅଭାବ ଦୂର ହୋଇଥାଏ।
ଏଥିରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଏହାସହ ଏଥିରେ ଥିବା ଭିଟାମିନ ବି୬ ମଧୁମେହ ଓ ହୃଦୟ ରୋଗୀଙ୍କ ପାଇଁ ଖୁବ ଉତ୍ତମ।
କନ୍ଦମୂଳ  ଭିଟାମିନ ଏର ଏକ ଉତ୍ତମ ସ୍ରୋତ। ଏହାର ସେବନ କରିବା ଦ୍ୱାରା ଶରୀରକୁ ୯୦ ଭାଗ ଭିଟାମିନ ଏ ମିଳିଥାଏ।
ଏହା ପୋଟାସିୟମର ମଧ୍ୟ ଏକ ଉତ୍ତମ ସ୍ରୋତ ଅଟେ। ଏହା ବୃକକକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories