www.samajalive.in
Saturday, December 6, 2025
16.1 C
Bhubaneswar

ଓଜନ କମାଏ କନ୍ଦମୂଳ

ଅଧିକାଂଶ ସମୟରେ ଆମକୁ ଭୋକ ଲାଗିଥାଏ। ଅଧିକ ଖାଇବା ଦ୍ବାରା ଓଜନ ମଧ୍ୟ ବଢିଥାଏ। ବେଳେବେଳେ କୌଣସି କାରଣରୁ ଶାରୀରିକ କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇ ନଥାଏ। ଏହି ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ କନ୍ଦମୂଳ।

ଓଜନ କମାଇବା ପାଇଁ କନ୍ଦମୂଳ ଖାଇବା ଉଚିତ। ଏଥିରେ କାର୍ବୋହାଇଡ୍ରେଟ, ଫାଇବର, କ୍ୟାଲୋରୀ ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଓ ସ୍ବାଦିଷ୍ଟ ଅଟେ। ଏହା ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣ ହେବା ସହ ଭୋକ ଲାଗି ନଥାଏ। କନ୍ଦମୂଳରେ ୧୧୨କ୍ୟାଲୋରୀ ରହିଛି। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶର୍କରା ଯୋଗାଇଥାଏ। ଏଥିରେ ଲୋ ଗ୍ଲାଇମାକ୍ସ ଇଣ୍ଡେକ୍ସ ରହିଥିବାରୁ ଶରୀରରେ ରକ୍ତର ଶର୍କରାର ପରିମାଣ ନିୟନ୍ତ୍ରଣ କରିଥାଏ। ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କନ୍ଦମୂଳରେ ଜଳୀୟ ଅଂଶ ଥିବାରୁ ଏହା ଶରୀରରେ ଜଳୀୟ ଅଂଶ ଠିକ ରଖିଥାଏ। ଏହା ରକ୍ତ କୋଷିକା ଗୁଡିକୁ ଶକ୍ତି ମଧ୍ୟ ପହଞ୍ଚାଇଥାଏ। ହଜମ କ୍ରିୟାକୁ ବୃଦ୍ଧି କରିଥାଏ। ଶରୀରରେ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories