www.samajalive.in
Saturday, December 6, 2025
26.1 C
Bhubaneswar

ପୂଜାରେ ଭିନ୍ନ ଭିନ୍ନ ତେଲର ଦୀପ ପ୍ରଜ୍ବଳିତ କରିବାର କାରଣ

ଠାକୁରଙ୍କୁ ପୂଜା କରିବା ବେଳେ ଦୀପ ଜଳାଇବାର ପରମ୍ପରା ବହୁ ପୁରାତନ ଅଟେ। ଭଗବାନଙ୍କ ନିକଟରେ ନିଜର ମନୋକାମନା ଜଣାଇବା ପାଇଁ ଆମେ ଦୀପ ଜଳାଇଥାଉ। ଏପରି କରିବା ଦ୍ବାରା ପରିବାରରେ ସୁଖଶାନ୍ତି ବଜାୟ ରହିବା ସହ ସମସ୍ତ ଦିଗରେ ସଫଳତା ପ୍ରାପ୍ତି ହୋଇଥାଏ। ପ୍ରତିଦିନ ଘରେ ପୂଜା ବେଳେ ଦୀପ ପ୍ରଜ୍ବଳନ କରିବା ଦ୍ବାରା ଘରୁ ନକରାତ୍ମକ ଶକ୍ତି ହ୍ରାସ ହୋଇଥାଏ। ଦୀପକୁ ସ୍ବୟଂ ଭଗବାନଙ୍କ ସହ ତୁଳନା କରାଯାଇଛି।

ଦୀପ ପ୍ରଜ୍ବଳିତ କରିବା ଦ୍ବାରା ବାତାବରଣ ଶୁଦ୍ଧ ହୋଇଥାଏ। ଏହାସହ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଦୀପରେ ଅନେକ ପ୍ରକାରର ତେଲର ବ୍ୟବହାର ହୋଇଥାଏ। ଘିଅର ଦୀପ ସବୁଠାରୁ ଶୁଦ୍ଧ ବୋଲି କୁହାଯାଏ। ଯେକୌଣସି ମନ୍ଦିର ହେଉ ଆମେ ଘିଅର ଦୀପ ପ୍ରଜ୍ବଳିତ କରିଥାଉ। ବିଭିନ୍ନ ତେଲର ଦୀପ ଭିନ୍ନ ଭିନ୍ନ ଠାକୁରଙ୍କ ପାଇଁ ବ୍ୟବହାର କରାଯାଇଥାଏ।

- Advertisement -

ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ …

ଘିଅ ଦୀପ :

ଘିଅର ଦୀପ ସାଧାରଣତଃ ଗ୍ରାମ୍ୟ ଦେବତା, ତ୍ରିମୂର୍ତ୍ତି, ମା’ ଲକ୍ଷ୍ମୀ, ଭଗବାନ ଗଣେଶ, କୁବେର ମହାରାଜ ଓ କୂଳ ଦେବାଦେବୀଙ୍କ ନିକଟରେ ପ୍ରଜ୍ବଳିତ କରାଯାଇଥାଏ।

ରାଶି ତେଲର ଦୀପ :

ରାଶି ତେଲର ଦୀପ ସାଧାରଣତଃ ଶନିଦେବ ଓ ନାରାୟଣ ନିକଟରେ ପ୍ରଜ୍ବଳିତ କରାଯାଇଥାଏ। ଏହାସହ ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ଓ ଜୀବନରୁ ସମସ୍ତ ଖରାପ ପ୍ରଭାବ ଦୂର କରିବା ପାଇଁ ଏହି ତେଲର ଦୀପ ପ୍ରଜ୍ବଳିତ କରାଯାଇଥାଏ। ରାଶି ତେଲର ଦୀପ ଜଳାଇଲେ ସାପ, ବିଛା ଓ ଅନ୍ୟାନ୍ୟ ବିଷାକ୍ତ କୀଟ ଘରକୁ ପ୍ରବେଶ କରନ୍ତି ନାହିଁ।

ସୋରିଷ ତେଲର ଦୀପ :

ଶନିଦେବଙ୍କ ନିକଟରେ ମୁଖ୍ୟତଃ ସୋରିଷ ତେଲର ଦୀପ ପ୍ରଜ୍ବଳିତ କରାଯାଇଥାଏ। ଜୀବନରେ ଶନି ଦୋଷ ଦୂର କରିବା ପାଇଁ ସୋରିଷ ତେଲ ମଧ୍ୟ ଦାନ କରାଯାଇଥାଏ।

ମଲ୍ଲୀ ଫୁଲ ତେଲର ଦୀପ :

ମଲ୍ଲୀ ଫୁଲ ତେଲର ଦୀପ କେବଳ ମହାଲକ୍ଷ୍ମୀ ଓ କୁବେର ମହାରାଜଙ୍କ ନିକଟରେ ପ୍ରଜ୍ବଳିତ କରାଯାଇଥାଏ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।

 

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories