www.samajalive.in
Monday, December 15, 2025
14.1 C
Bhubaneswar

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ଏସଏମଆଇଟି ପରିସରରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ

ଖଲ୍ଲିକୋଟ/ବ୍ରହ୍ମପୁର :୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟକୁ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଉପଲକ୍ଷେ ସାରା ଦେଶରେ ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ବର୍ତ୍ତମାନ ଓଡ଼ିଶା ମାଟିରେ ରହିଛି । ସୋମବାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ଏସଏମଆଇଟି ପରିସରରେ ସ୍ୱର୍ଣ୍ଣିମ ବିଜୟ ମଶାଲ ପହଞ୍ଚିଥିଲା । ଏହି ଅବସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଗ୍ରୁପ ହେଡକ୍ଵାର୍ଟର୍ସ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗୋପାଳପୁରସ୍ଥିତ ସ୍ଥଳସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ସାମରିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହାଛଡ଼ା ‘ୱାର’ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏନସିସି ପ୍ରାର୍ଥୀମାନେ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ଜଣାଇଥିଲେ । କ୍ୟାଡେଟମାନେ ସମ୍ପୂର୍ଣ୍ଣ ଦେଶାତ୍ମବୋଧ ଭାବନା ନେଇ ସ୍ୱର୍ଣ୍ଣିମ ବିଜୟ ବର୍ଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories