www.samajalive.in
Monday, December 15, 2025
27.1 C
Bhubaneswar

ଆସିଲା ସୁଜୁକି ଆଭେନିସର ନୂଆ ଭାରିଆଣ୍ଟ, ଦାମ୍ କମ୍

ନୂଆଦିଲ୍ଲୀ : ସୁଜୁକି ମୋଟରସାଇକେଲ ଇଣ୍ଡିଆ ଆଭେନିସ୍ ସ୍କୁଟରର ନୂଆ ଷ୍ଟାଣ୍ଡାର୍ଡ ଭାରିଆଣ୍ଡ୍ ଲଞ୍ଚ୍ କରିଛି । ଏହାକୁ ଓବିଡି-୨ବି ନର୍ମ୍ସ ଅନୁରୂପ ପ୍ରସ୍ତୁତ କରାଯାଇଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୯୧,୪୦୦ ଟଙ୍କା । ଏହି ଅପଡେଟ୍ ବ୍ୟତୀତ ଏଥିରେ ଅନ୍ୟ କୌଣସି ବି ପରିବର୍ତ୍ତନ କରାଯାଇନି । ଆଭେନିସରେ ପୁରୁଣା ୧୨୪ ସିସିର ଇଞ୍ଜିନ ଲାଗିଛି ଯାହା ୮.୭ ଏଚପି ପାଓ୍ବର  ୧୦ଏନଏମର ଟର୍କ ଉତ୍ପନ କରିଥାଏ ।

ସୁଜୁକି ପୂର୍ବରୁ ଆଭେନିସର ସ୍ପେଶାଲ ଏଡିସନ ଅପଡେଟ୍ କରିଥିଲା କିନ୍ତୁ ଷ୍ଟାଣ୍ଡାର୍ଡ ଭାରିଆଣ୍ଟରେ ଏବିଡି-୨ବି ନିୟମ ପାଳନହୋଇନଥିଲା । ଏଣିକି ସମସ୍ତ ବାଇକ ଓ ସ୍କୁଟର ଏମିସନ ନର୍ମ୍ସର ପାଳନ କରିବାକୁ ପଡିବ । ଏଥିରେ ପରିବେଶ ଦୂଷିତ ହେବାରୁ ରକ୍ଷା ମିଳିବା ସହିତ ଗାଡି ଉତ୍ତମ ପ୍ରଦର୍ଶନ ମଧ୍ୟ କରିପାରିବ ।

- Advertisement -

ଆଭେନିସରେ ଏଲଇଡି ହେଡଲାଇଟ୍ ଓ ଟେଲଲାଇଟ୍ ରହିଛି ଯାହା ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ଆସୁଛି । କିନ୍ତୁ ଏଥିରେ ବ୍ଲୁଟୁଥ୍ ନାହିଁ । ରଙ୍ଗର ବିକଳ୍ପ ପାଇଁ ଏଥିରେ କଳା ଧଳା, କଳା ସହିତ ଲାଲ୍, ହଳଦିଆ ସହିତ କଳା ଓ ଗ୍ଲସି ବ୍ଲାକ୍ ସାମିଲ । ୯୧, ୪୦୦  ଟଙ୍କାର ଏକ୍ସ ଶୋରୁମ୍ ଦାମ୍ ସହିତ ଷ୍ଟାଣ୍ଡାର୍ଡ ଭାରିଆଣ୍ଟ ଆଭେନିସ୍ ଲାଇନଅପର ସବୁଠାରୁ କମ୍ ଦାମର ମଡେଲ ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories