www.samajalive.in
Sunday, December 14, 2025
17.1 C
Bhubaneswar

ଇନ୍‌ଭଟର କମ୍ପାନୀକୁ ଫାଇଦା ଦେବାକୁ ପାୱାରକଟ୍‌ କାରସାଦି : ଧରାପଡ଼ି ୬ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ବର : ବାରମ୍ବାର ରାତିରେ ପାୱାର କଟ୍‌ ହେଉଛି। ବିଦ୍ୟୁତ୍‌ ସରବରାହଜନିତ ତ୍ରୁଟି ଯୋଗୁଁ ଏଭଳି ପାୱାର କଟ୍‌ ହେଉଥିବା ପ୍ରାୟତଃ ସମସ୍ତଙ୍କର ଧାରଣା। ହେଲେ ଏହା ପଛରେ ରହିଛି ବଡ଼ଧରଣର ଷଡଯନ୍ତ୍ର। ସେସୁ ଏବଂ ସାଉଥ୍‌କୋ ଡିଭିଜନ୍‌ର ଦୁର୍ନୀତିଖୋର ଅଫିସରମାନଙ୍କର ଏହି କାରସାଦି ପଦାକୁ ଆସିବା ପରେ ଶକ୍ତି ବିଭାଗ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି। ସାଉଥ୍‌କୋର ୨ ଜଣ ନିର୍ବାହୀଯନ୍ତ୍ରୀ ଏବଂ ସେସୁର ୪ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ନିର୍ଦେଶକ୍ରମେ ସେସୁର ସିଇଓ ଅରୁଣ ବୋଥ୍ରା ଖୋର୍ଦ୍ଧା, ଭିଏସଏସନଗର, ବରମୁଣ୍ଡା ଓ ଜଟଣୀର ୪ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିଥିବା ବେଳେ ସାଉଥ୍‌କୋ ଡିଭିଜନର ଗୁଣୁପୁର ଓ ନବରଙ୍ଗପୁରର ଦୁଇ ନିର୍ବାହୀଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି।
ବିଦ୍ୟୁତ୍‌ କାଟ ପଛରେ ରହିଥିବା ଅଫିସରଙ୍କ ଅସଲ ଉଦ୍ଦେଶ୍ୟ ପଦାକୁ ଆଣିବା ଲାଗି ‘ଅପରେସନ୍ ବ୍ଲାକ୍‌ ଆଉଟ୍‌’ ନାମକ ଏକ ଷ୍ଟିଙ୍ଗ୍‌ ଅପରେସନ୍‌ କରାଯାଇଥିଲା। ଏଥିରୁ ଯାହା ପଦାକୁ ଆସିଥିଲା ସମସ୍ତଙ୍କୁ ତାଜୁବ କରି ପକାଇଛି। ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରି ଅର୍ଥ ରୋଜଗାର କରୁଥିବା ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏଭଳି ଷଡଯନ୍ତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଗାମୀ ଦିନରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ସଚିବ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଏସବୁ ଅଧିକାରୀମାନେ ବିଭିନ୍ନ ଇନ୍‌ଭର୍ଟର୍‌ ନିର୍ମାତା କମ୍ପାନୀମାନଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ପାୱାରକଟ କରୁଥିଲେ। ସଂଧ୍ୟାରୁ ରାତି ମଧ୍ୟରେ ବାରମ୍ବାର ପାୱାର କଟ୍‌ ହେଲେ ଲୋକମାନେ ଅତିଷ୍ଠ ହୋଇ ଘରେ ବାଧ୍ୟ ହୋଇ ଇନ୍‌ଭର୍ଟର ଲଗାଇବେ। କମ୍ପାନୀ ତାହାର ବିକ୍ରି ବୃଦ୍ଧି କରିବା ଲାଗି ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ତାହାର ଷଡଯନ୍ତ୍ରରେ ଲାଞ୍ଚ ଦେଇ ସାମିଲ୍‌ କରିଥିଲା। ତେବେ ଶକ୍ତି ବିଭାଗ ଏଭଳି ଦୁର୍ନୀତିଖୋର ଅଧିକାରୀଙ୍କ ମୂଳୋତ୍ପାଟନ କରିବାକୁ ସବୁ ପ୍ରକାର ପଦକ୍ଷେପ ନେବ ବୋଲି ଶକ୍ତି ସଚିବ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories