www.samajalive.in
Sunday, December 14, 2025
14.1 C
Bhubaneswar

ଚାକିରୀରୁ ବହିଷ୍କୃତ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ପଞ୍ଚାୟତ ଦୈତ୍ୟ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଧର୍ମା ସିଂଙ୍କୁ ସରକାରୀ ଚାକିରୀରୁ ବହିଷ୍କୃତ କରାଯାଇଛି। ଧର୍ମା ସିଂ ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ ରାସ୍ତା କାର୍ଯ୍ୟ ବିଲ୍‍ କରାଇ ଦେବା ପାଇଁ ବୁଶାମରା ଗ୍ରାମର ଘାସିରାମ ବେହେରାଙ୍କ ନିକଟରୁ ୧୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ବାଲେଶ୍ୱର କାର୍ଯ୍ୟାଳୟରେ ଏନେଇ ଏକ ମାମଲା ମାର୍ଚ୍ଚରେ ରଜୁ କରିଥିଲା। ଯାହାର ବିଚାର ପରେ ମାନ୍ୟବର ବାରିପଦା ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାପତି ଶୁଣାଣି କରି ଜୁନ ୨୧ତାରିଖରେ ତାଙ୍କୁ ଦଣ୍ଡିତ କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ଅଭିଯୁକ୍ତଙ୍କ ପକ୍ଷ ରଖିବାକୁ ଗତ ନଭେମ୍ବର ୨୮ତାରିଖ ଦିନ ଧର୍ମା ସିଂଙ୍କୁ ସୁଯୋଗ ଦେଇଥିଲେ। ସେ ମୟୂରଭଞ୍ଜ ଜିଲାପାଳଙ୍କ କୋର୍ଟରେ ନିଜର ପକ୍ଷ ରଖିଥିଲେ। ତେବେ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଦଣ୍ଡିତ ଥାଇ କାର୍ଯ୍ୟାଳୟରେ ଅନ୍ୟ ସହଯୋଗୀଙ୍କ ସହିତ କାର୍ଯ୍ୟ ସମ୍ପାଦନ କରିଲେ ଖରାପ ପରମ୍ପରା ସୃଷ୍ଟି ହେବ ବୋଲି ଜିଲାପାଳ ହୃଦବୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories