www.samajalive.in
Friday, December 12, 2025
15.1 C
Bhubaneswar

ଜୟପୁର ସିରିଜ ବୋମା ବିସ୍ଫୋରଣ ମାମଲା: ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର: ରାଜସ୍ଥାନର ଜୟପୁରରେ ୧୧ ବର୍ଷ ତଳେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ମାମଲାରେ ଜୟପୁର ସ୍ବତନ୍ତ୍ର କୋର୍ଟ ବୁଧବାର ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅଭିଯୁକ୍ତମାନେ ହେଲେ ଶାହବାଜ ହୁସେନ, ମହମ୍ମଦ ସୈଫ, ​ ମହମ୍ମଦ ସରୱର ଆଜମୀ, ସୈଫୁରେହମାନ ଏବଂ ସଲମାନ। ୨୦୦୮ ମେ ୧୩ ତାରିଖରେ ଜୟପୁରରେ ୮ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୮୫ ଜଣ ଆହତ ହୋଇଥିଲେ।

ସ୍ବତନ୍ତ୍ର କୋର୍ଟ ବିଚାରପତି ଅଜୟ କୁମାର ଶର୍ମା ଏହି ମାମଲାର ଶୁଣାଣି କରିଥିବା ୮ମ ବିଚାରପତି ଅଟନ୍ତି। ତାଙ୍କ ପୂର୍ବରୁ ୭ ଜଣ ବିଚାରପତି ଏହି ମାମଲାର ଶୁଣାଣ କରିସାରିଛନ୍ତି। ଏହି ସିରିଜ ବିସ୍ଫୋରଣରେ ସାମିଲ ଅନ୍ୟ ୪ ଅଭିଯୁକ୍ତ ଶାଦବ, ଆରିଜ, ମହମ୍ମଦ ଖାଲି ଏବଂ ସାଜିଦକୁ ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିପାରି ନାହିଁ। ତେବେ ଏମାନଙ୍କ ମଧ୍ୟରୁ ମହମ୍ମଦ ଆରିଜକୁ ଦିଲ୍ଲୀ ପୁଲିସ ଉତ୍ତରପ୍ରଦେଶର ଆଜମଗଡ଼ରୁ ଗିରଫ କରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ପୁଲିସ ତାଙ୍କୁ ଦିଲ୍ଲୀ ପୁଲିସଠାରୁ ରିମାଣ୍ଡରେ ନେଇନାହିଁ। ଅନ୍ୟପଟେ ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ ବାଟଲା ହାଉସ ଏନକାଉଣ୍ଟରରେ ମାରିଦେଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories