www.samajalive.in
Thursday, December 11, 2025
15.1 C
Bhubaneswar

ସ୍ପଷ୍ଟ କଲେ ନବୀନ- ସିଏଏକୁ ହଁ, ଏନଆରସିକୁ ନା

ଭୁବନେଶ୍ଵର: ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ହିଂସା ଲାଗି ରହିଛି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବିରୋଧ ଓ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ବିଭିନ୍ନ ମୁସଲିମ ସଂଗଠନ ପକ୍ଷରୁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦିଆଯାଇଛି। ସିଏଏକୁ ସରକାର ସମର୍ଥନ ନ କରିବାକୁ ଏଥିରେ ଅନୁରୋଧ କରାଯାଇଥିଲା। ଏହା ପରେ ବୁଧବାର ରାଜ୍ୟ ସରକାର ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)କୁ ସମର୍ଥନ କରୁନାହାନ୍ତି। ଏନଆରସି ସମ୍ପର୍କରେ ବିଜେଡି ପକ୍ଷରୁ ରାଜ୍ୟସଭା ଏବଂ ଲୋକସଭାରେ ସ୍ପଷ୍ଟ କରାଯାଇଛି। ଯାହା ଗୁଜବ ହେଉଛି ତାହାକୁ ବିଶ୍ଵାସ କରନ୍ତୁ ନାହିଁ। ଶାନ୍ତି ବଜାୟ ରକିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ନବୀନ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ କହିଛନ୍ତି, ଭାରତୀୟ ନାଗରିକଙ୍କ ଉପରେ ସିଏଏର କିଛି ପ୍ରଭାବ ପଡ଼ିବନି। ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ।

ସୂଚନାଯୋଗ୍ୟ, ପୂର୍ବରୁ ନାଗରିକତା ସଂଶୋଧନ ବିଲ୍‌(ସିଏବି)କୁ ବିଜେଡି ସମର୍ଥନ କରୁଥିବା ନେଇ ସ୍ପଷ୍ଟ କରିଥିଲା। ରାଜ୍ୟ ସଭାରେ ବିଜେଡି ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories