www.samajalive.in
Monday, December 15, 2025
14.1 C
Bhubaneswar

ସୁଶାନ୍ତ ସିଂହ ମୃତ୍ୟୁ: ରିୟା, ସୌଭିକ୍ ଓ ବାପା ଇନ୍ଦ୍ରଜିତଙ୍କ ଫୋନ ଜବତ କଲା ପ୍ରବର୍ତନ ନିର୍ଦେଶାଳୟ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି । ମାମଲାର ଯାଞ୍ଚ କରୁଥିବ ପ୍ରବର୍ତନ ନିର୍ଦେଶାଳୟ ରିୟା ଚକ୍ରବର୍ତୀ, ତାଙ୍କର ଭାଇ ସୌଭିକ୍ ଓ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତୀଙ୍କ ଫୋନ ଜବତ କରିଛି। ଗତକାଲି ଅର୍ଥାତ୍ ସୋମବାର ତିନିଜଣଙ୍କୁ ଇଡ଼ି ଦୀର୍ଘସମୟ ପର୍ଯ୍ୟନ୍ତ ଜେରା କରିଥିଲା । ଏଥିରେ ତିନିଜଣଙ୍କ କଥାବାର୍ତାରେ ରହିଥିବା ଅସମାନତାକୁ ଦୃଷ୍ଟିରେ ରଖି ପ୍ରବର୍ତନ ନିର୍ଦେଶାଳୟ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।
ପ୍ରବର୍ତନ ନିର୍ଦେଶାଳୟ ମଙ୍ଗଳବାର ସକାଳୁ ରିୟାଙ୍କ ପରିବାରକୁ ଜେରା କରିବା ଆରମ୍ଭ କରିଛି । ପ୍ରଥମେ ରିୟାଙ୍କ ବିଜିନେସ ମ୍ୟାନେଜର ଶ୍ରୁତି ମୋଦୀ ଓ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତକାଲି ଉଭୟଙ୍କୁ କିଛି କାଗଜପତ୍ର ଦାଖଲ କରିବାକୁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ କୁହାଯାଇଥିଲା । ଉଭୟ ଏହାକୁ ଜମା କରିବାକୁ ଆଜି ଇଡ଼ି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।  ରିୟାଙ୍କ ମ୍ୟାନେଜର ଶ୍ରୁତି ମୋଦୀ ପୂର୍ବରୁ ସୁଶାନ୍ତଙ୍କ ବିଜିନେସ ମ୍ୟାନେଜର ଥିଲେ । ଏ ପର୍ଯ୍ୟନ୍ତ ଶ୍ରୁତିଙ୍କୁ ଇଡ଼ି ୨ଥର ଜେରା କରି ସାରିଛି । ଏହା ସହ ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ବୟାନ ମଧ୍ୟ ଇଡ଼ି ନେଇଛି ।
ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରିୟାଙ୍କ ୨ଟି, ସୌଭିକଙ୍କର ଗୋଟିଏ ଓ ବାପା ଇନ୍ଦ୍ରଜିତଙ୍କ ଗୋଟିଏ ମୋବାଇଲ ଇଡ଼ି ଜବତ କରିଛି । ଏହାର ଫରେନ୍ସିକ୍ ଯାଞ୍ଚ ନିମନ୍ତେ ପଠାଯିବ ଏବଂ ସବୁ କଲ୍ ଡ଼ିଟେଲ୍ସଗୁଡ଼ିକୁ ଯାଞ୍ଚ କରାଯିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories