www.samajalive.in
Saturday, December 6, 2025
19.1 C
Bhubaneswar

ପୁଅ କେବଳ ବିବାହ ପର୍ଯ୍ୟନ୍ତ ମା’ବାପାଙ୍କ ପୁଅ ହୋଇ ରୁହେ, କିନ୍ତୁ ଝିଅ ସବୁବେଳେ ଝିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁଅମାନେ କେବଳ ବିବାହ ପର୍ଯ୍ୟନ୍ତ ମା’ବାପାଙ୍କର ପୁଅ ହୋଇ ରୁହନ୍ତି। କିନ୍ତୁ ଝିଅମାନେ ସବୁବେଳେ ଝିଅ ହୋଇ ରହିଥାନ୍ତି। ସଂଶୋଧିତ ଉତ୍ତରାଧିକାର ଆଇନ ସମ୍ପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେବା ସମୟରେ ସୁପ୍ରିମକୋର୍ଟ ଏଭଳି ମତବ୍ୟକ୍ତ କରିଛନ୍ତି। ପୈତୃକ ସମ୍ପତ୍ତିରେ ପୁଅଙ୍କ ପରି ଝିଅମାନଙ୍କର ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହା ଉତ୍ତରାଧିକାର ଆଇନ ୨୦୦୫ରେ ହୋଇଥିବା ସଂଶୋଧନର ବ୍ୟାଖ୍ୟା। ୨୦୦୫ରେ ଏହି ଆଇନ ସଂଶୋଧନ କରାଯିବା ପୂର୍ବରୁ ମଧ୍ୟ ଯଦି କୌଣସି ପିତାଙ୍କ ମୃତ୍ୟୁ ହୋଇଯାଇଥାଏ, ତଥାପି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ଭଳି ସମାନ ଅଂଶ ମିଳିବ। ଏକ ମାମଲାର ଶୁଣାଣ କରି ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି।

୨୦୦୫ ସେପ୍ଟେମ୍ବର ୫ରେ ସଂସଦରେ ଅବିଭାଜିତ ହିନ୍ଦୁ ପରିବାରର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରାଯାଇଥିଲା। ଏଥିରେ ପୈତୃକ ସମ୍ପତ୍ତିରେ ଝିଅମାନଙ୍କ ସମାନ ଅଧିକାର ଥିବା କୁହାଯାଇଥିଲା। ତେବେ ୨୦୦୫ ସେପ୍ଟେମ୍ବର ୫ର ଏହି ସଂଶୋଧନ ପୂର୍ବରୁ ଯଦି କୌଣସି ପିତାଙ୍କ ମୃତ୍ୟୁ ହୋଇଯାଇଥିବ ତେବେ ସମ୍ପତ୍ତି ଭାଗବଣ୍ଟା ସମୟରେ ସମାନ ଅଂଶ ଝିଅମାନଙ୍କୁ ବି ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାର ଗୁରୁତ୍ଵକୁ ଉପଲବ୍ଧି କରି ସୁପ୍ରିମକୋର୍ଟ କହିଛନ୍ତି, ଝିଅମାନେ ସାରା ଜୀବନ ମା’ବାପାଙ୍କୁ ଭଲ ପାଇଥାନ୍ତି। ଗୋଟିଏ ଝିଅ ନିଜ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମା’-ବାପାଙ୍କ ପାଇଁ ଅଲିଅଳି ହୋଇଥାଏ। କିନ୍ତୁ ବିବାହ ପରେ ପୁଅର ବ୍ୟବହାରରେ ପରିବର୍ତ୍ତନ ଆସିଯାଏ। କିନ୍ତୁ ଝିଅମାନଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଥାଏ। ଝିଅଟିଏ ବିବାହ କରିବା ପରେ ତା’ ପ୍ରତି ମା’ବାପାଙ୍କ ଭଲ ପାଇବା ଅଧିକ ବଢ଼ିଯାଏ। ତେଣୁ ପୈତୃକ ସମ୍ପତ୍ତିରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏହା ନାରୀ ଶକ୍ତିକୁ ଆହୁରି ମଜଭୁତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories