www.samajalive.in
Saturday, December 13, 2025
26.1 C
Bhubaneswar

ରବିବାର ଦିନ ଏପରି କରନ୍ତୁ ସୂର୍ଯ୍ୟ ଦେବତାଙ୍କୁ ପୂଜା, ମିଳିବ ଅନେକ ଲାଭ

ରବିବାର ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ଉଚ୍ଚ ଆକାଂକ୍ଷା ଏବଂ ସବୁ ମନୋସ୍କାମନା ପୂରଣ ପାଇଁ ରବିବାର ବ୍ରତ ରଖିବା ଉଚିତ୍ । ସୂର୍ଯ୍ୟ ଦେବତାଙ୍କ ବ୍ରତ ସବୁଠାରୁ ଶ୍ରେଷ୍ଠ ବୋଲି ବିଶ୍ବାସ ରହିଛି । କାରଣ ଏହି ବ୍ରତ ସୁଖ ଓ ଶାନ୍ତି ପ୍ରଦାନ କରେ ।

ପୌରାଣିକ ଧର୍ମ ଗ୍ରନ୍ଥରେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରିବାରେ ବିଶେଷ ମହତ୍ତ୍ବ ରହିଛି ବୋଲି ବର୍ଣ୍ଣନା କରାଯାଇଛି । ପ୍ରତିଦିନ ପ୍ରାତଃକାଳରେ ତମ୍ବା ଲୋଟାରେ ଜଳ ନେଇ ସେଥିରେ ନାଲି ଫୁଲ ଓ ଚାଉଳ ପକାଇ ପ୍ରସନ୍ନ ମନରେ ସୂର୍ଯ୍ୟମନ୍ତ୍ର ଜପ କରି ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରନ୍ତୁ । ଏହାଦ୍ବାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇଥାଆନ୍ତି ଏବଂ ଆୟୁ, ଆରୋଗ୍ୟ, ଧନ, ଧାନ୍ୟ, ପୁତ୍ର, ମିତ୍ର, ତେଜ, ଯଶ, ବିଦ୍ୟା, ବୈଭବ ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

- Advertisement -

ପୂଜା ସମୟରେ ପାଳନ କରନ୍ତୁ ଏହି ନିୟମ

ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରନ୍ତୁ ।
ପରେ ସୂର୍ଯ୍ୟ-ନାରାୟଣଙ୍କୁ ତିନ ଥର ଅର୍ଘ ପ୍ରଦାନ କରି ପ୍ରଣାମ କରନ୍ତୁ ।
ସଂଧ୍ୟା ସମୟରେ ପୁଣି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରି ପ୍ରଣାମ କରନ୍ତୁ ।
ସୂର୍ଯ୍ୟଙ୍କ ମନ୍ତ୍ର ଜପ କରି ଶ୍ରଦ୍ଧାପୂର୍ବକ ଏପରି କରନ୍ତୁ ।
ଏହା ସହ ନିୟମିତ ଆଦିତ୍ୟ ହ୍ରିଦୟ ପାଠ କରନ୍ତୁ ।
ଉତ୍ତମ ସ୍ବାସ୍ଥ୍ୟ, ନେତ୍ର ବା ଆଖି ସମସ୍ୟା ଏବଂ ଅନ୍ଧପଣରୁ ମୁକ୍ତି ପାଇଁ ‘ନେତ୍ରୋପନିଷଦ୍’ ପ୍ରତିଦିନ ପାଠ କରନ୍ତୁ ।
ରବିବାର ତେଲ ଓ ଲୁଣ ଖାଇବା ଉଚିତ୍ ନୁହେଁ ।
ଏହା ସହ ଦିନକୁ ଥରେ ଭୋଜନ କରନ୍ତୁ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories