www.samajalive.in
Tuesday, December 9, 2025
15.1 C
Bhubaneswar

ଛୋଟ ଦୋକାନରୁ ମିଳିଲା ହାୱଲା ଲିଙ୍କ୍‍: ମାସେ ପରେ ଗଣତି ସରୁନି

ନୂଆଦିଲ୍ଲୀ: ଚାନ୍ଦନୀଚୌକର ଏକ ଛୋଟ ଡ୍ରାଏ ଫ୍ରୁଟ୍‍ ଓ ସାବୁନ ଦୋକାନ ଦୀର୍ଘ ଏକ ମାସ ଧରି ଆୟକର ବିଭାଗର ଅସ୍ଥାୟୀ ଠିକଣା ପାଲଟିଛି। ଆୟକର ବିଭାଗର ଏକ ଟିମ୍‍ ଦୀର୍ଘ ଏକ ମାସ ଧରି ଏହି ଦୋକାନରେ ଡେରା ଜମାଇଛନ୍ତି। ଖାଇବା, ପିଇବା ଓ ଶୋଇବା ସବୁ ଏହି ଛୋଟ ଦୋକାନ ଭିତରେ। କାରଣ ଦୋକାନ ଉପରେ ଚଢଉ କରି ଦୀର୍ଘ ଏକ ମାସ ମଧ୍ୟରେ ଆୟକର ବିଭାଗ ଜବତ ଅର୍ଥର ଆକଳନ କରି ପାରୁ ନାହାନ୍ତି।
ନଭେମ୍ବର ୫ରେ ଆୟକର ବିଭାଗ ଏହି ଦୋକାନ ଉପରେ ଚଢଉ କରିଥିଲେ। ଡ୍ରାଇଫ୍ରୁଟ୍‍ ଓ ସାବୁନ ବିକ୍ରି କରୁଥିବା ଛୋଟ ଦୋକାନର ବେସମେଣ୍ଟରେ ଆୟକର ବିଭାଗକୁ ମିଳିଥିଲା ଏକ ଷ୍ଟ୍ରଙ୍ଗ୍‍ ରୁମ। ଏହି କୋଠରି ମଧ୍ୟରେ ୩୦୦ରୁ ଊଦ୍ଧ୍ୱର୍ ଆଲମିରାରେ ଗଚ୍ଛିତ ରହିଛି କଳା ଟଙ୍କା। ସେହି ଦିନଠାରୁ ଅଦ୍ୟାବଧି ୩୦କୋଟି ଟଙ୍କା ଏହି ଆଲମାରିରୁ ଜବତ କରିଛି ଆୟକର ବିଭାଗ। ଏବେ ମଧ୍ୟ ଆହୁରି ଆଲମିରା ଖୋଲିବା ବାକି ରହିଛି।
ରାଜହନ୍ସ ସପ ମିଲ୍ସ ନାମକ ଏହି ଦୋକାନରେ ୩୦୦ରୁ ଊଦ୍ଧ୍ୱର୍ ଆଲମିରାରେ କେବଳ ନଗଦ ଟଙ୍କା ବାହାରିବା ଆଇଟି ବିଭାଗକୁ ଆଚମ୍ବିତ କରିଛି। ଏହି ଟଙ୍କା ଦେଶର ବଡ଼ବଡ଼ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଗଚ୍ଛିତ ରହିଥିବା ସନ୍ଦେହ କରାଯାଉଛି। କିଛି ନାମ ରେଡ୍‍ ସମୟରେ ଆଇଟି ବିଭାଗକୁ ମିଳିଛି। ହାୱାଲା ମାଧ୍ୟମରେ ଏହି ଟଙ୍କା ଦେଶ ବିଦେଶକୁ ଚାଲାଣ ହେଉ ନାହିଁ ତ? ଏଭଳି ଏକ ରହସ୍ୟର ଖିଅ ଖୋଜୁଛି ଆୟକର ବିଭାଗ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories