www.samajalive.in
Saturday, December 6, 2025
16.1 C
Bhubaneswar

ସର୍ଜିକାଲ ଷ୍ଟ୍ରାଇକ ପାଇଁ ଚିତାବାଘ ପରିସ୍ରା, ମଳ ବ୍ୟବହାର କରିଥିଲା ସେନା

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କ୍ଷେତ୍ର ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍‍ ଅଭିଯାନକୁ ସଫଳ କରିବା ନିମନ୍ତେ ଭାରତୀୟ ସେନା ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲା। ରାତିର ଅନ୍ଧକାର ମଧ୍ୟରେ ପାକିସ୍ତାନ ଅଧିକୃତ ମାଟିରେ ପାଦ ଦେବା ଯଦିଓ ଯବାନଙ୍କ ପାଇଁ ବିଶେଷ କଷ୍ଟକର ନ ଥିଲା ତଥାପି ସେଠାକାର କୁକୁରଙ୍କ ଆଘ୍ରାଣ ଶକ୍ତିରୁ ନିଜକୁ ଦୂରେଇ ରଖିବା ଥିଲା ଏକ ବୃହତ ଚ୍ୟାଲେଞ୍ଜ। ଏହି ସମସ୍ୟାର ସମାଧାନ ନିମନ୍ତେ ଯବାନମାନେ ଚିତାବାଘର ମୂତ୍ର ଓ ମଳ ବ୍ୟବହାର କରିଥିଲେ ବୋଲି ପୂର୍ବତନ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ରାଜେନ୍ଦ୍ର ନିମ୍ବୋରକାର ମଙ୍ଗଳବାର ପୁଣେଠାରେ ପ୍ରକାଶ କରିଛନ୍ତି। ସେ ଏକ ପୁରସ୍କାର ବିତରଣୀ ଉତ୍ସବରେ କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକରେ ଯିବା ବେଳେ ଗ୍ରାମାଞ୍ଚଳର ରାସ୍ତାରେ କୁକୁରମାନେ ଯବାନମାନେ ସେମାନଙ୍କୁ ଅନୁସରଣ କରି ଭୋକିବାର ଆଶଙ୍କା ଥିଲା। ମାତ୍ର ସାଥିରେ ଚିତାବାଘର ମୂଳ ଓ ମୂତ୍ର ନେଇ ଯାଇଥିବାରୁ କୁକୁରଗୁଡିକ କୌଣସି ଯବାନଙ୍କ ପାଖକୁ ଆସିବାକୁ ସାହସ କରି ନ ଥିଲେ। ୨୦୧୬ ସେପ୍ଟେମ୍ବରରେ ଭାରତୀୟ ସେନା ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ଉକ୍ତ ବର୍ଷ ସେପ୍ଟେମ୍ବର ୧୮ରେ ଉରିଠାରେ ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ୧୯ ଯବାନ ସହିଦ ହେବା ପରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories