www.samajalive.in
Wednesday, December 10, 2025
18.1 C
Bhubaneswar

୧୯ ଦିନ ପରେ ଅନଶନ ଭାଙ୍ଗିଲେ ହାର୍ଦିକ

ଗାନ୍ଧିନଗର : ଗୁଜରାଟର ପଟିଦାର ନେତା ହାର୍ଦିକ ପଟେଲ ଦୀର୍ଘ ୧୯ ଦିନ ପରେ ବୁଧବାର ତାଙ୍କ ଅନଶନ ଭାଙ୍ଗିଛନ୍ତି। ଲେଉଭା ଓ କଡଭା ପଟିଦାର ସମ୍ପ୍ରଦାୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପୀଠ ଖୋଦାଲଧାମ ଏବଂ ଉମିୟାଧାମର ନେତାମାନଙ୍କ ଅନୁରୋଧକ୍ରମେ ସେ ଏହି ଅନଶନ ଭାଙ୍ଗିବାକୁ ସହମତ ହୋଇଥିଲେ। ପଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ତଥା କୃଷକଙ୍କୁ ଋଣଛାଡ ଦାବିରେ ସେ ଅଗଷ୍ଟ ୨୫ରୁ ଅହମ୍ମଦାବାଦର ବୈଷ୍ଣୋଦେବୀ ସର୍କଲସ୍ଥିତ ନିଜ ବାସଭବନଠାରେ ଆମରଣ ଅନଶନ ଆରମ୍ଭ କରିଥିଲେ। ପରେ ସେ ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‍)ର ଆବାହକ ଅଳ୍ପେଶ କାଥିରିଆଙ୍କୁ କାରାମୁକ୍ତ କରିବାକୁ ମଧ୍ୟ ଦାବି ଉଠାଇଥିଲେ। ଗୁଜରାଟ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଏକ ଅଭିଯୋଗ କ୍ରମେ ଅଳ୍ପେଶଙ୍କୁ ଅଗଷ୍ଟ ୧୯ରେ ଗିରଫ କରାଯାଇଥିଲା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories