www.samajalive.in
Monday, December 8, 2025
27.1 C
Bhubaneswar

କେରଳ ନନ୍‍ ବଳାତ୍କାର ମାମଲା: ଜଳନ୍ଧର ବିଶପ୍‍ଙ୍କୁ ପୁଲିସର ସମନ

କୋଚି : କେରଳ ନନ୍‍ ବଳାତ୍କାର ମାମଲାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ପୁଲିସ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ସମନ ଜାରି କରିବାକୁ ବାଧ୍ୟ ହୋଇଛନ୍ତି। ସେପ୍ଟେମ୍ବର ୧୯ରେ ପୁଲିସ ନିକଟରେ ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଏର୍ଣ୍ଣାକୁଲମ ରେଞ୍ଜ ପୁଲିସ ଆଇଜି ବିଜୟ ସାଖାରେ କହିଛନ୍ତି। ଅଭିଯୋଗକାରିଣୀ ନନ୍‍ ମଙ୍ଗଳବାର ଭାଟିକାନ ସିଟିକୁ ଚିଠି ଲେଖି ସହଯୋଗ ଲୋଡିଥିଲେ। ଏହାପରେ ବିଶପ୍‍ ମୁଲାକ୍କାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରୁ ଚାପ ପଡିବା ଯୋଗୁ ମାମଲାର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା ନିମନ୍ତେ ବୁଧବାର ପୂର୍ବାହ୍ଣରେ ସାଖାରେଙ୍କ ଅଧ୍ୟକ୍ଷତାରେ ପୁଲିସର ଏକ ବୈଠକ ବସିଥିଲା। ଏଥିରେ କୋଟ୍ଟାୟାମ ଜିଲା ଏସ୍‍ପି ହରିଶଙ୍କର ଏବଂ ବୈକୋମ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କେ. ସୁବାଷ ଯୋଗ ଦେଇଥିଲେ। ବୈଠକ ପରେ ଅଭିଯୁକ୍ତ ବିଶପ୍‍ଙ୍କୁ ସମନ ଜାରି କରାଯାଇଛି। ତେବେ ତାଙ୍କୁ ଗିରଫ କରାଯିବ କି ନାହିଁ ସେ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ।
ଅନ୍ୟପଟେ ବିଶପ୍‍ ମୁଲାକ୍କାଲଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିନେବା ଲାଗି ତାଙ୍କୁ ୫ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିବା ପୀଡ଼ିତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଏହି ବଳାତ୍କାର ମାମଲା ଉପରେ କେରଳ ହାଇକୋର୍ଟ ଶୁଣାଣି କରିବେ। ପୂର୍ବରୁ ହାଇକୋର୍ଟ ପୁଲିସ ଠାରୁ ଏହି ମାମଲାର ତଦନ୍ତ ସମ୍ବନ୍ଧୀୟ ସବିଶେଷ ରିପୋର୍ଟ ଲୋଡିଛନ୍ତି। ଏଥିସହ ପୀଡ଼ିତା ନନ୍‍ଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories