ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଜଣେ ଭାରତୀୟ ଶିଖ୍ ରକ୍ଷୀ ଅଂଶଦୀପ ସିଂହଙ୍କୁ ନିଯୁକ୍ତ କରାଯାଇଛି। ଲୁଧିଆନାଠାରେ ଜନ୍ମିତ ଅଂଶଦୀପ ଆମେରିକାରେ ପ୍ରଶିକ୍ଷଣ ଶେଷ କରିବା ପରେ ଗତ ସପ୍ତାହରେ ତାଙ୍କୁ ଟ୍ରମ୍ପଙ୍କ ସୁରକ୍ଷା ଦଳରେ ସାମିଲ କରାଯାଇଛି। ୧୯୮୪ ଶିଖ୍ ଦଙ୍ଗା ବେଳେ ଅଂଶଦୀପଙ୍କ ପରିବାର ଲୁଧିଆନାକୁ ଚାଲିଯାଇଥିଲେ। ବାରା ଅନ୍ତର୍ଗତ କାନପୁରର କେଡିଏ କଲୋନିସ୍ଥିତ ତାଙ୍କ ବାସଭବନରେ କିଛି ଲୋକ ପଶି ଅଂଶଦୀପଙ୍କ ଦାଦା ଓ ଅନ୍ୟ ସମ୍ପର୍କୀୟଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ତାଙ୍କ ପିତା ଅମରୀକ ସିଂହ ଭାଟିଆ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଲୁଧିଆନାରେ ବ୍ୟବସାୟ କରୁଥିବା ଅମରୀକ ୨୦୦୦ ଆମେରିକା ଚାଲିଯାଇଥିଲେ।
Popular Categories



