ସୁରେନ୍ଦ୍ର ସାଏଙ୍କ ୧୩୯ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି  ସଭା ଅନୁଷ୍ଠିତ

ରେଙ୍ଗାଲି-   ସ୍ୱାଧିନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ  ୧୩୯ ତମ ତିରୋଧାନ ଦିବସ ଅବସରରେ ଜନ୍ମପୀଠ ଖିଣ୍ଡା ଓ ଖିଣ୍ଡାଛକ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।  ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ଓ ବୀର ସୁରେନ୍ଦ୍ର ସାଏ ସଚେତନ ନାଗରିକ ସଂଗଠନ ପକ୍ଷରୁ ପୃଥକ୍ ପୃଥକ୍ ଭାବରେ  ଆୟୋଜିତ କାର୍ଯ୍ୟକ୍ରମ ରେ   ଖିଣ୍ଡା ଛକ ଓ ଜନ୍ମପୀଠ ଖିଣ୍ଡା ଗ୍ରାମ ରେ  ଥିବା ସୁରେନ୍ଦ୍ର ସାଏ ଙ୍କ ପ୍ରତି ମୂର୍ତ୍ତିରେ  ମାଲ୍ୟାର୍ପଣ  କରାଯାଇଥିଲା ।

 

ସଚେତନ ନାଗରିକ ମଞ୍ଚ  ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ଜେ.ଏସ୍.ଡ.ବ୍ଳୁ-ଭୂଷଣ  କମ୍ପାନୀ ର  ଉପ ସଭାପତି ଡି.କେ ସିହ୍ନା, ବ୍ଳକ୍ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ. ବିଜେଡି ଜିଲ୍ଲା ଏସ୍ ଟି ଏସ୍ ସି ସେଲ୍ ସଭାପତି ମୋତିଲାଲ ତନ୍ତି. ସମିତି ସଭ୍ୟ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ର ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସର ରେ ସୁରେନ୍ଦ୍ର ସାଏ ଙ୍କ ସଂଗ୍ରାମୀ ଜୀବନ ଓ ଦେଶପ୍ରେମର ସ୍ମୃତି ଚାରଣ କରାଯାଇ ଥିଲା।

Comments are closed.