www.samajalive.in
Sunday, December 14, 2025
19.1 C
Bhubaneswar

ଅମର ସହିଦ୍ ସୁରେନ୍ଦ୍ର କୁମାର

ଉତ୍ତରପ୍ରଦେଶର ମୋରାଦାବାଦ୍ ନିବାସୀ ହେଉଛନ୍ତି ୮୭ ବର୍ଷୀୟା ଚମ୍ପା ଦେବୀ। ପୁଅ, ବୋହୂ, ୨ ନାତୁଣୀଙ୍କୁ ନେଇ ତାଙ୍କର ସୁଖ ସଂସାର ଆଗେଇ ଚାଲିଛି। କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ, ମୋର ସହିଦ୍ ପୁଅ ପାଇଁ ଏ ବୟସରେ ମଧ୍ୟ ପାଖଆଖ ଅଞ୍ଚଳରେ ମୁଁ ପରିଚିତ। ଦୁଇ ପୁଅ ନରେନ୍ଦ୍ର କୁମାର ଓ ସୁରେନ୍ଦ୍ର କୁମାର ପିଲାଦିନୁ ପାଠପଢ଼ାରେ ଆଗୁଆ ଥିଲେ। ତେବେ ଦୁହେଁ ଯେତେବେଳେ ସେନାବାହିନୀରେ ଭର୍ତ୍ତି ହେବା ନିମନ୍ତେ ମା’ଙ୍କ ଆଗରେ କହିଥିଲେ, ଚମ୍ପା ଦେବୀ ଆଦୌ ରାଜି ହୋଇନଥିଲେ। ଦୁଇ ପୁଅ ମା’ଙ୍କୁ ବହୁତ ବୁଝାଇବା ପରେ ଲୁହ ଛଳଛଳ ଆଖିରେ ଶେଷରେ ମା’ ସମ୍ମତି ଜଣାଇଥିଲେ। କାର୍‌ଗିଲ୍ ଯୁଦ୍ଧ ପୂର୍ବର ଘଟଣା। ସାନ ପୁଅ ସୁରେନ୍ଦ୍ର ୨ ମାସ ଛୁଟିରେ ଘରକୁ ଆସିଥାନ୍ତି। ହଠାତ୍ ସେନାବାହିନୀରୁ ଡାକରା ଆସିଲା। ପୁଅ ରାତିରେ ନିଜ ଆଟାଚି ସଜାଡ଼ୁଥିବାବେଳେ ମା’ ପଛ ପାଖରେ ଆସି ଛିଡ଼ା ହୋଇଥାନ୍ତି। ମା’ଙ୍କୁ ଦେଖି ତାଙ୍କ ମନ ଖରାପ ଥିବାର ଜାଣିପାରିଥିଲେ ସୁରେନ୍ଦ୍ର। ମା’ଙ୍କୁ ଆଲିଙ୍ଗନ କରି କହିଥିଲେ ଜମା ବ୍ୟସ୍ତ ହନା, ମୁଁ ଯୁଦ୍ଧରୁ ଫେରିଲେ ତୋ କଥା ମାନି ବିବାହ କରିବି। ଆଉ ଯଦି ତୋ ପୁଅ ସହିଦ୍ ହୋଇଗଲା, ଜମା କାନ୍ଦିବୁନି। ପୁଅର ଏଇ କଥା ପଦକରେ ଚମ୍ପା ଦେବୀ ଭୋଭୋ ହୋଇ କାନ୍ଦି ଉଠିଲେ। ସୁରେନ୍ଦ୍ର ଘରୁ ପାଦ କାଢ଼ିବା ପର୍ଯ୍ୟନ୍ତ ମା’ ଆଉ ସାମ୍ନାକୁ ଆସିପାରିନଥିଲେ। ଦ୍ରାସ ଅଞ୍ଚଳରେ ନିଜ ଅନ୍ୟ ୨ ସାଥିଙ୍କ ସହ ସୁରେନ୍ଦ୍ର ସହିଦ୍ ହୋଇଯାଇଥିଲେ। ତାଙ୍କ ସହିଦ୍ ହେବାର ଖବର ଘରେ ୧୫ଦିନ ପରେ ପହଞ୍ଚିଥିଲା। ଚମ୍ପା ଦେବୀ ଏ ଖବର ଶୁଣିବା ପରେ ସଂଜ୍ଞାହୀନ ହୋ‌ଇଯାଇଥିଲେ। ବଡ଼ ପୁଅ ନରେନ୍ଦ୍ର ଏଇ ଘଟଣା ପରଠାରୁ ତାଙ୍କ ପାଖେପାଖେ ଛାଇ ପରି ରହିଆସିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories