www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ-ପାକ ପ୍ରଥମ ଯୁଦ୍ଧର ସହିଦ ବଲବନ୍ତ ସିଂହ

୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେବା ପରେ କିନ୍ତୁ କାଶ୍ମୀର ବିବାଦ ଥମୁନଥାଏ। ନିୟମିତ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ପରିସ୍ଥିତି ଦେଖାଦେଇଥାଏ। ୧୯୪୯ ମାର୍ଚ୍ଚବେଳକୁ ଭାରତୀୟ ସୈନ୍ୟ ଦଳ ନିଜ ମୋର୍ଚ୍ଚା ସମ୍ଭାଳିଲେ। ପାକିସ୍ତାନ ସହ ଭାରତର ଏଇ ପ୍ରଥମ ଯୁଦ୍ଧରେ ସାମିଲ ହୋଇଥିଲେ ସୈନିକ ବଲବନ୍ତ ସିଂହ। ଦିଲ୍ଲୀର ପଶ୍ଚିମାଞ୍ଚଳନିବାସୀ ହେଲେ ବଲବନ୍ତ। ୨୦୧୬ରେ ପ୍ରାଣ ହରାଇଥିବା ବଲବନ୍ତ ନିଜ ଯୁଦ୍ଧ ଅନୁଭୂତିକୁ ଗଣମାଧ୍ୟମକୁ ଅବଗତ କରାଇବା ସହ ଏକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ତାଙ୍କ ଉପରେ ନିର୍ମିତ ହୋଇଛି। ନିଜ ପିଲା ଓ ନାତିନାତୁଣୀଙ୍କୁ ସେ ବରାବର ୧୯୪୯ ଯୁଦ୍ଧ କଥା କହୁଥିଲେ। କାଶ୍ମୀରର ଯେଉଁ ଘାଟିରେ ତାଙ୍କର ପୋଷ୍ଟିଂ ହୋଇଥିଲା, ସେହି ଅଞ୍ଚଳରୁ ଏକ ନଦୀ ପ୍ରବାହିତ ହୋଇ ପାକିସ୍ତାନକୁ ଯୋଗାଯୋଗ କରୁଥିଲା। ନଦୀ ପାଖରେ ହିଁ ବଲବନ୍ତ ଓ ତାଙ୍କ ସାଥି ସୈନିକମାନେ ପହରା ଦେଉଥାନ୍ତି। ପାଗ ଖୁବ୍ ଖରାପ ଥାଏ ସେସମୟରେ। ବରଫପାତ ମଧ୍ୟ ମଝିରେ ମଝି​‌ରେ‌ ହେଉଥାଏ। ବଲବନ୍ତ ନଦୀ ପାଖରେ ପହରା ଦେଉଥିବାବେଳେ ତାଙ୍କ ଅନ୍ୟ ସାଥିମାନେ ତମ୍ବୁ ଭିତରେ ଚା’ ତିଆରି କରୁଥାନ୍ତି। ଶାନ୍ତ ବାତାବରଣ ଭିତରେ ହଠାତ୍ ଏକ ଶବ୍ଦ ଅନୁଭବ କଲେ ବଲବନ୍ତ। ଦେଖିଲେ ୪ଜଣ ପାକିସ୍ତାନୀ ସୈନ୍ୟ ନଦୀ ପାର ହେଉଛନ୍ତି। ସାଥିମାନଙ୍କୁ କିଭଳି ଅବଗତ କରାଇବେ, ତୁରନ୍ତ ଏକ ଟେକା ଫିଙ୍ଗିଲେ ତମ୍ବୁ ଭିତରକୁ। ସାଥି ସୈନିକମାନେ ମଧ୍ୟ ବଲବନ୍ତଙ୍କ ସଙ୍କେତ ଜାଣିପାରି ସଜାଗ ରହିଲେ। ଅନ୍ୟପାଖେ ବଲବନ୍ତ ଓ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଗୁଳିଚାଳନା ଆରମ୍ଭ ହୋଇଗଲା। ବଲବନ୍ତଙ୍କ ଗୁଳି ସରିଗଲାପରେ ସେ ପାଖରେ ପଡ଼ିଥିବା ଟେକା-ପଥର ମଧ୍ୟ ଫିଙ୍ଗିଲେ। ଏ ଭିତରେ ବଲବନ୍ତଙ୍କ ସାଥିମାନେ ମଧ୍ୟ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ। ଶତ୍ରୁ ସୈନ୍ୟଙ୍କୁ ସେଇଠାରେ ହିଁ ଗୁଳି ମାରି ଟଳାଇ ଦେଇଥିଲେ ବଲବନ୍ତ ଓ ତାଙ୍କ ସାଥି ସୈନିକମାନେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories