www.samajalive.in
Saturday, December 6, 2025
19.1 C
Bhubaneswar

ତ୍ରିରଙ୍ଗାର ରୂପକାର : ପିଙ୍ଗଲି ଭେଙ୍କୟା

ଦେଶର ଗର୍ବ ଓ ଗୌରବ ତ୍ରିରଙ୍ଗାକୁ ରୂପ ଦେଇଥିଲେ ପିଙ୍ଗଲି ଭେଙ୍କୟା। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ କୃଷି ବୈଜ୍ଞାନିକ ଥିଲେ। ୧୮୭୬ ଅଗଷ୍ଟ ୨ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ଅନ୍ତର୍ଗତ ପେନମରୁ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଭଟାଲା ପେନମରୁ ଏବଂ ମଛଲିପଟନମ୍‍ରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ମୁମ୍ବଇ ଚାଲିଯାଇଥିଲେ ପିଙ୍ଗଲି। ବ୍ରିଟିଶ ଇଣ୍ଡିଆନ୍‍ ଆର୍ମିରେ ନିଯୁକ୍ତି ପାଇବା ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ପଠାଯାଇଥିଲା। ସେଠାରେ ଆଙ୍ଗ୍‍ଲୋ-ବୋଅର ଯୁଦ୍ଧରେ ଭାଗ ନେଇଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ସେ ନିଜ ଦେଶ ଭାରତ ପାଇଁ ସ୍ୱତନ୍ତ୍ର ଜାତୀୟ ପତାକାର ପ୍ରସ୍ତାବ ଦେଇଥିଲେ। ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିଙ୍ଗଲି ସ୍ୱଦେଶ ଫେରିଆସିଥିଲେ। ଏଠାରେ କିଛିଦିନ ରେଲୱେ ଗାର୍ଡ, ମାଡ୍ରାସରେ ପ୍ଲେଗ୍‍ ରୋଗ ନିର୍ମୂଳନଠାରୁ ସରକାରୀ ଅଧିକାରୀ ପଦରେ କାର୍ଯ୍ୟ କରିଥିଲେ ସେ।
ଊର୍ଦ୍ଦୁ, ସଂସ୍କୃତ ଏବଂ ହିନ୍ଦୀଭାଷାରେ ତାଙ୍କର ଜ୍ଞାନ ଥିଲା। ୧୯୦୪ରେ ଜାପାନ ରୁଷ୍‍କୁ ହରାଇବା ଘଟଣାରେ ପ୍ରଭାବିତ ହୋଇ ସେ ଜାପାନୀ ଭାଷା ବି ଶିକ୍ଷା କରିଥିଲେ। ସ୍ୱଦେଶୀ ଆନ୍ଦୋଳନରେ ଜଡିତ ହେବା ପରେ ଆମେରିକୀୟ କପା ମଞ୍ଜିକୁ ଦେଶୀ କପା ମଞ୍ଜି ସହିତ ମିଶାଇ ଗବେଷଣା କରି ପ୍ରଥମ ସ୍ୱଦେଶୀ କପା ମଞ୍ଜି ପ୍ରସ୍ତୁତ କରିଥିଲେ ଯାହାର ନାମ ରଖାଗଲା ‘ଭେଙ୍କୟା କପା’। ମହାତ୍ମା ଗାନ୍ଧୀଙ୍କ ନିର୍ଦେଶରେ ଜାତୀୟ ପତାକା ପ୍ରସ୍ତୁତ କରିଥିଲେ ପିଙ୍ଗଲି। ୫ବର୍ଷର ଗଭୀର ଅଧ୍ୟୟନ ପରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିପାରୁଥିବା ପତାକା ପ୍ରସ୍ତୁତ ହୋଇଥିଲା। ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗର ଏହି ପତାକା ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ‘ସ୍ୱରାଜ୍ୟ ଧ୍ୱଜା’ ଭାବେ ଖୁବ୍‍ ଆଦୃତ ହୋଇଥିଲା। ଏହି ପତାକା ତଳେ ଆରମ୍ଭ ହୋଇଥିବା ମୁକ୍ତି ସଂଗ୍ରାମ ଏତେ ପ୍ରଭାବଶାଳୀ ହେଲା ଯେ ୧୯୪୭ ମସିହାରେ ବ୍ରିଟିଶ ଶାସକ ଶେଷରେ ଭାରତ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories