www.samajalive.in
Monday, December 8, 2025
13.1 C
Bhubaneswar

ସମସ୍ୟାରୁ ମୁକୁଳାଇବାକୁ ପ୍ରାଥମିକତା ଦେବି: ଅରବିନ୍ଦ

କଟକ : ଜାଇକା, ବର୍ଜ୍ୟବସ୍ତୁ ପରିଚାଳନା ଓ ପଲିଥିନ କଟକର ପ୍ରମୁଖ ସମସ୍ୟାଭାବେ ମୁଣ୍ଡଟେକିଛି। ଜାଇକା ପକ୍ଷରୁ ହେଉଥିବା ଡ୍ରେନେଜ ଓ ସ୍ୱେରେଜ ପାଇଁ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତା ଖୋଳାଯାଇ ପାଇପ ଓ ଡ୍ରେନ ନିର୍ମାଣ ହେଉଛି। ଏଥିଯୋଗୁଁ ସହରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାଇକା ସହିତ ଓପିଟିସିଏଲ, ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାସ୍ତା ଖୋଳୁଛି। ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଗୋଟିଏ ରାସ୍ତାକୁ ବାରମ୍ବାର ଖୋଳାଯାଉଛି। ଜାଇକା କାର୍ଯ୍ୟ କିପରି ସୁରୁଖୁରୁରେ ହେବ ଓ ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟ ରହିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏଣିକି ପ୍ରତି ସପ୍ତାହରେ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ହେବ। କେଉଁ ବିଭାଗ ପକ୍ଷରୁ କେଉଁ ଅଞ୍ଚଳରେ ପାଇପ ବିଛାଯିବ ସେ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଜାଇକା ସହିତ ବର୍ତ୍ତମାନ ବର୍ଜ୍ୟବସ୍ତୁ ପରିଚାଳନା, ସଫେଇ ଓ ପଲିଥିନ ସହରବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଲାଣି। କଠିନ ବର୍ଜବ୍ୟସ୍ତୁ ପରିଚାଳନା ଶୃଙ୍ଖଳିତ କରିବା ସହିତ ସଫେଇ ବ୍ୟବସ୍ଥାକୁ ସଜଡାଯିବ। ସଫେଇ ନେଇ କି ସମସ୍ୟା ରହିଛି, ସେ ସଂକ୍ରାନ୍ତରେ ସିଏମସି କର୍ତ୍ତୃପକ୍ଷ ଏବଂ ନଗର ଉନ୍ନୟନ ବିଭାଗ ସହିତ ଆଲୋଚନା କରି ଖୁବଶୀଘ୍ର ପଦକ୍ଷେପ ନିଆଯିବ। ଅବାଧ ପଲିଥିନ ବ୍ୟବହାର ଯୋଗୁଁ ବର୍ଜ୍ୟଜଳ ନିଷ୍କାସନରେ ସମସ୍ୟା ହେଉଛି। ମୁଖ୍ୟ ଡ୍ରେନ ସମେତ ଶାଖା ଡ୍ରେନରେ ପଲିଥିନ ଜମି ରହିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ।
ଅକ୍ଟୋବର ୨ରୁ ରାଜ୍ୟରେ ପଲିଥିନ ନିଷେଧ କରିବାକୁ ସରକାର ଘୋଷଣା କରିଛନ୍ତି। ଏଥିନେଇ ଲୋକଙ୍କୁ ଏବେଠାରୁ ସଚେତନ କରାଯିବ। ସଚେତନତା ସହିତ ପଲିଥିନର ବିକଳ୍ପ ଖୋଜିବାକୁ ହେବ। ପଲିଥିନର ବିକଳ୍ପ ଲୋକଙ୍କ ନିକଟରେ ପହଞ୍ଚିଲେ ସହରର ଜଳ ନିଷ୍କାସନ ସମସ୍ୟା ବହୁ ମାତ୍ରାରେ ସମାଧାନ ହୋଇପାରିବ ବୋଲି ଜିଲାପାଳ ଶ୍ରୀ ଅଗ୍ରୱାଲ ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ଐତିହାସିକ କଟକର ମୁଖ୍ୟପର୍ବ ଦଶହରା, ବାଲିଯାତ୍ରା କିପରି ଶୃଙ୍ଖଳିତଭାବେ ଆୟୋଜିତ ହେବ ସେ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଓ ଶାନ୍ତି କମିଟି, ପୂଜା କମିଟି ଓ ବିଭିନ୍ନବର୍ଗର ଲୋକଙ୍କ ସହିତ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ
କଟକ ଜିଲାର ନୂତନ ଜିଲାପାଳଭାବେ ଅରବିନ୍ଦ ଅଗ୍ରୱାଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅଗ୍ରୱାଲ ପୂର୍ବତନ ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନର କର୍ମକର୍ତ୍ତା ବିଦାୟୀ ଜିଲାପାଳ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ନୂତନ ଜିଲାପାଳ ଶ୍ରୀ ଅଗ୍ରୱାଲଙ୍କୁ ସ୍ୱାଗତ କରିଥିଲେ। ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲାପାଳ ହରିଶ ନାୟକଙ୍କ ସମେତ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories