www.samajalive.in
Sunday, December 7, 2025
16.1 C
Bhubaneswar

ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କଟକ : କଟକ ବଡ଼ଡାକ୍ତରଖାନା ସ୍ନାୟୁଶଲ୍ୟ ବିଭାଗର ବିବାଦ ପିଛା ଛାଡୁନି। କିଛିଦିନ ତଳେ ଜଣେ ଗୁରୁତର ରୋଗୀକୁ ବିଭାଗୀୟ ଡାକ୍ତର ଚିକିତ୍ସା ନ କରି ଫେରାଇ ଦେଇଥିବାବେଳେ ବୁଧବାର ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖବରପାଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସନ୍ଧ୍ୟାରେ ଏସ୍‍ସିବିରେ ପହଞ୍ଚିଥିଲେ। ରୋଗୀ ମୃତ୍ୟୁକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ବିଭାଗରେ ରୋଗୀଙ୍କୁ ସଠିକଭାବେ ଚିକିତ୍ସା କରାଯାଉନଥିବା ଦେଖିଥିଲେ। କ’ଣ ପାଇଁ ଗୁରୁତର ରୋଗୀଙ୍କୁ ଠିକଭାବେ ଚିକିତ୍ସା କରାଯାଉନାହିଁ ବୋଲି ବିଭାଗୀୟ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ହେବ। ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଥିବାବେଳେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ। ଏଣିକି ଚିକିତ୍ସାରେ ଅବହେଳା ଆସିଲେ ବିଭାଗୀୟ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।
ପ୍ରକାଶ, ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିବା ତିର୍ତ୍ତୋଲର ନିଗମାନନ୍ଦ ସାମନ୍ତରାୟ ରବିବାର ରାତିରେ ବାଇକରେ ଘରକୁ ଫେରୁଥିବାବେଳେ ଓଏମପି ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ପିସିଆର ଭ୍ୟାନ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏସ୍‍ସିବି ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲା। ଆଶୁଚିକିତ୍ସା ବିଭାଗରେ ଚିକିତ୍ସା କରାନଯାଇ ଦୀର୍ଘ ସମୟ ପକାଇ ରଖାଯାଇଥିଲା। ରାତି ପ୍ରାୟ ୧ଟାରେ ତାଙ୍କୁ ସ୍ନାୟୁଶଲ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ନିଗମାନନ୍ଦଙ୍କୁ ଚିକିତ୍ସା ନ କରି ବିଭାଗୀୟ ଡାକ୍ତରମାନେ କେବଳ ସାଲାଇନଟିଏ ଲଗାଇ ଚାଲିଯାଇଥିଲେ। ଉପଯୁକ୍ତ ଚିକିତ୍ସା ନ ହେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡିଥିଲା। ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସନ୍ଧ୍ୟାରେ ନିଗମାନନ୍ଦଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରଲୋକେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ସଙ୍ଗେ ସଙ୍ଗେ ଏସ୍‍ସିବିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories