www.samajalive.in
Saturday, December 6, 2025
17.1 C
Bhubaneswar

ସୁରମା ପାଢୀ ବାଚସ୍ପତି ପ୍ରାର୍ଥୀ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନପତ୍ର

ଭୁବନେଶ୍ଵର : ବରିଷ୍ଠ ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ହେବେ ବାଚସ୍ପତି। ବାଚସ୍ପତି ନିର୍ବାଚନ ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ବିଜେପି ର ବହୁ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି। ବୁଧବାର ବାଚସ୍ପତି ନିର୍ବାଚନ ରହିଛି। ଆଜି ନାମାଙ୍କନ ଦାଖଲର ଶେଷ ଦିନ। କେହି ପ୍ରତିଦ୍ଵନ୍ଦୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ। କେବଳ ଆନୁଷ୍ଠାନିକ ଘୋଷଣାକୁ ବାକି ରହିଛି। ରଣପୁର ବିଧାୟିକା ସୁରମା ପାଢୀ ୨୦୦୪ ରୁ ୨୦୦୯ ମସିହା ଯାଏଁ ବିଧାୟିକା ଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories