ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ୪ ବର୍ଷ ବୟସ୍କା ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରହିତାଦେଶ ଲାଗୁ କରିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଜବଲପୁର ବେଞ୍ଚ ଏହି ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ରାଜ୍ୟରେ ବଳାତ୍କାର ନିରୋଧ ଆଇନ ଅଧୀନରେ ୧୨ ବର୍ଷରୁ କମ୍ ବୟସ୍କ ନାବାଳିକାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାର ବ୍ୟବସ୍ଥା ହେବା ପରଠାରୁ ବିଗତ ୭ ମାସ ମଧ୍ୟରେ ୧୨ ଜଣଙ୍କୁ ଏହି ଦଣ୍ଡାଦେଶ ମିଳିଛି। ୨୦୧୬ରେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ମଧ୍ୟପ୍ରଦେଶରେ ସର୍ବାଧିକ ବଳାତ୍କାର ମାମଲା ରୁଜୁ ହୋଇଥିବା ନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଇନ ଲାଗୁ କରାଯାଇଛି। ମଧ୍ୟପ୍ରଦେଶ ପରେ ହରିୟାଣା, ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟ ସମାନ ଆଇନ ଆଣିଛନ୍ତି। ଜାମ୍ମୁ-କାଶ୍ମୀର ଏବଂ ଦିଲ୍ଲୀ ସରକାର ମଧ୍ୟ ଏହି ଭଳି ଆଇନ ଆଣିବା ଦିଗରେ ବିଚାର କରୁଛନ୍ତି।
Popular Categories



