www.samajalive.in
Saturday, December 6, 2025
14.1 C
Bhubaneswar

ମୁଜାଫରପୁର ଆଶ୍ରୟସ୍ଥଳ ମାମଲା: ଗଠନ ହେବନାହିଁ ନୂଆ ତଦନ୍ତକାରୀ ଦଳ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା ତଦନ୍ତ ନିମନ୍ତେ କୌଣସି ନୂତନ ତଦନ୍ତକାରୀ ଦଳ ଗଠନ ହେବ ନାହିଁ। ସିବିଆଇ ସ୍ୱତନ୍ତ୍ର ନିର୍ଦେଶକଙ୍କ ନେତୃତ୍ୱରେ ଗଠିତ ତଦନ୍ତକାରୀ ଦଳ ହିଁ ମାମଲାର ତଦନ୍ତ କରିବ। ଏ ନେଇ ପାଟନା ହାଇକୋର୍ଟ ଅଗଷ୍ଟ ୨୯ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ମାମଲାର ଏହି ପର୍ଯ୍ୟାୟରେ ସିବିଆଇ ଦଳ ହାତରୁ ତଦନ୍ତଭାର ହଟାଇବା ଦ୍ୱାରା ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ସୁପ୍ରିମକୋର୍ଟ ବିଚାରପତି ମଦନ ବି. ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ପୀଠ ରାୟ ଦେଇଛନ୍ତି। ଏଥିସହ ପାଟନା ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତର ସ୍ଥିତାବସ୍ଥା ସମ୍ବନ୍ଧୀୟ ଦୁଇଟି ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଦାଖଲ କରିବାକୁ ପୀଠ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୦ରେ ହେବ। ବ୍ରଜେଶ ଠାକୁର ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏହି ଆଶ୍ରୟସ୍ଥଳରେ ୩୦ରୁ ଊର୍ଦ୍ଧ୍ବ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବାର ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories