www.samajalive.in
Sunday, December 14, 2025
17.1 C
Bhubaneswar

ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା – ଦି କେରଲା ଷ୍ଟୋରୀ ନିଷେଧ ଘୋଷଣା ଉପରେ ରହିତାଦେଶ ଦେଲେ ଉଚ୍ଚତମ ନ୍ୟାୟାଳୟ

ନୂଆଦିଲ୍ଲୀ – ଦି କେରଲା ଷ୍ଟୋରୀ ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗରେ ନିଷେଧ ଘୋଷଣା କରିବା ଆଦେଶ ଉପରେ ରହିତାଦେଶ ଜାରି କଲେ ଉଚ୍ଚତମ ନ୍ୟାୟାଳୟ। ଉଚ୍ଚତମ ନ୍ୟାୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି । ମେ ୮ ତାରିଖରେ ପଶ୍ଚିମବଙ୍ଗରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ଏବେ ଏହାକୁ ପଶ୍ଚିମବଙ୍ଗରେ ପ୍ରଦର୍ଶିତ କରାଯାଇପାରିବ ।

ଏଥିରେ ଉତ୍ତେଜନାମୂଳକ ଟିପ୍ପଣୀ ଦିଆଯାଇଥିବା ପଶ୍ଚିମବଙ୍ଗ ସରକାର କହିଥିଲେ । ପ୍ରଧାନ ବିଚାରପତି ଏହାର ଶୁଣାଣୀ କରିଥିଲେ । ସିନେମାକୁ ସେନ୍ସର ବୋର୍ଡରୁ ମିଳିଥିବା ପ୍ରମାଣପତ୍ର ବିଷୟରେ ଗ୍ରୀଷ୍ମ ଅବକାଶ ପରେ ଶୁଣାଣୀ କରାଯିବ ବୋଲି ଅଦାଲତ କହିଛନ୍ତି । ଏହାକୁ ମୁକ୍ତିଲାଭ କରାଯାଉଥିବା ଏବଂ ପ୍ରଦର୍ଶନ କରାଯାଉଥିବା ପ୍ରେକ୍ଷାଳୟମାନଙ୍କରେ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିବେ ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।

- Advertisement -

ସିନେମା ପ୍ରଯୋଜକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଙ୍ଗଭି ମକଦ୍ଦମା ଲଢୁଥିଲେ। ଅସହିଷ୍ଣୁତାକୁ ଦେଖି ଚଳଚ୍ଚିତ୍ର ନିଷେଧ କଲେ କେବଳ କାର୍ଟୁନ୍‌ ଏବଂ ଖେଳ ଚ୍ୟାନେଲ୍‌ ହିଁ ରହିବ ବୋଲି ପ୍ରଧାନବିଚାରପତି କହିଥିଲେ ।
ସାରା ଦେଶରେ ଏହି ସିନମା ଚାଲିଥିବା ବେଳେ ପଶ୍ଚିମବଙ୍ଗରେ କାହିଁକି ଚାଲି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ମେ ୮ ତାରିଖରେ ନିଷେଧ ଘୋଷଣା କରିବା ସହ ପଶ୍ଚିମବଙ୍ଗରେ ଏହାକୁ ପ୍ରଦର୍ଶନ କରାଯିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories