www.samajalive.in
Sunday, December 14, 2025
19.1 C
Bhubaneswar

ମାଟ୍ରିକ ପରୀକ୍ଷାରେ ଦୁଇ ଯାଆଁଳା ଭାଇଙ୍କୁ ମିଳିଲା ଏ୧ ଗ୍ରେଡ

ହରଭଙ୍ଗା: ଖରଶଙ୍କୁଲେଇ ଭଳି ମଫସଲ ଗାଁରେ ଏକ ବ୍ରାହ୍ମଣ ପରିବାରରେ ଦୁହିଁଙ୍କ ଜନ୍ମ। ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଟିଉସନ ପଢା ବି ହୋଇପାରୁନଥିଲା। ସ୍କୁଲ ପାଠପଢା ସାଙ୍ଗକୁ ନିଜର ଏକାଗ୍ରତା ଏବଂ ବାପାଙ୍କ ପାଠପଢାଇବାର ଉଚ୍ଚ ଆଶା ଆଜି ସେମାନଙ୍କ ପାଇଁ ବରଦାନ ହୋଇଛି। ଏଭଳି ଦୁଇଜଣ ମେଧାବୀ ଛାତ୍ର ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରଶଙ୍କୁଲେଇ ଗ୍ରାମର ଲଳିତ ମୋହନ ହୋତାଙ୍କ ଦୁଇ ଯାଆଁଳା ପୁଅ ସତ୍ୟ ପ୍ରସାଦ ହୋତା ଏବଂ ଓମ୍ ପ୍ରସାଦ ହୋତା। ବାପା ଲଳିତ ଜଣେ ଉଚ୍ଚ ଶିକ୍ଷିତ। ସେ ଇଂରାଜୀରେ ଏମଏ କରିଛନ୍ତି।

ଚାକିରି ଅଭାବରୁ ପୂଜାପାଠ କରି ଘର ଚଳାନ୍ତି। ଅଭାବ ଅନାଟନ ସତ୍ୱେ ପିଲାଙ୍କୁ କିଭଳି ଶିକ୍ଷିତ କରିବେ ସେ ଦିିଗରେ ବାପା ଲଳିତଙ୍କ ଉଦ୍ୟମ ଜାରି ରଖିଛନ୍ତି। ଦୁଇ ପୁଅଙ୍କୁ ସେ ନିଜେ ଘରେ ପାଠପଢାନ୍ତି। ସବୁବେଳେ ପାଠପଢିବା ପାଇଁ ପିଲାଙ୍କୁ ପରିଶ୍ରମ କରିବା ପାଇଁ ପ୍ରେରଣା ଦିଅନ୍ତି। ଗୋଟିଏ ପଟେ ବାପାଙ୍କ ପ୍ରେରଣା ଆଉ ଆର୍ଶୀବାଦ ଅନ୍ୟପଟେ ଦୁଇଭାଇଙ୍କ କଠିନ ପରିଶ୍ରମ ଯୋଗୁଁ ଦୁଇଭାଇ ଆଜି ମାଟ୍ରିକରେ ଏ୧ ଗ୍ରେଡରେ ପାଶ କରି ନିଜ ମାତା/ପିତା ସାଙ୍ଗକୁ ସ୍କୁଲର ଗୌରବ ରଖିପାରିଛନ୍ତି।

- Advertisement -

ଧଳପୁର ରାଜେନ୍ଦ୍ର ନାରାୟଣ ହାଇସ୍କୁଲର ଏହି ଦୁଇଜଣ ଛାତ୍ର ଚଳିତ ମାଟ୍ରିକ ପରୀକ୍ଷାରେ ସତ୍ୟପ୍ରସାଦ ୫୪୦ ଏବଂ ଓମ ପ୍ରସାଦ ୫୫୦ ନମ୍ବର ରଖି ଏ୧ ଗ୍ରେଡରେ ପାଶ କରିଛନ୍ତି। ଜିଲାରେ ଏ୧ରେ ପାଶ କରିଥିବା ୦୮ଜଣଙ୍କ ମଧ୍ୟରେ ସତ୍ୟ ଆଉ ଓମ ସ୍ଥାନପାଇଥିବା ଜଣାପଡିଛି। ସତ୍ୟ ପ୍ରସାଦ ଭବିଷ୍ୟତରେ ଶିକ୍ଷକ ହେବାକୁ ମନବଳାଇଥିବାବେଳେ ଓମମ ପ୍ରସାଦ ଜଣେ ପୁଲିସ ଅଫିସର ହେବାକୁ ଆଶା ରଖିଛନ୍ତି। ହରଭଙ୍ଗା ବ୍ଲକରୁ ସତ୍ୟ ଆଉ ଓମ ଦୁହେଁ କେବଳ ଏ୧ରେ ପାଶ କରିଥିବା ଜଣାପଡିଛି। ସେ ଦୁହିଁଙ୍କ ପାଇଁ ଆଜି ଧଳପୁର ହାଇସ୍କୁଲ ଗୌରାବାନ୍ୱିତ ହୋଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories