www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରର ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସର୍ବୋଚ୍ଚ ଅଦାଲତଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସୁପ୍ରିମକୋର୍ଟ ବୁଧବାର ସମାଲୋଚନା କରିଛନ୍ତି। ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ବୟସ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାକରଣ ନୀତି ସଂପୂର୍ଣ୍ଣ ଭାବରେ ଏକଚାଟିଆ ଏବଂ ଅଯୁକ୍ତିଯୁକ୍ତ ହୋଇଛି। ସମଗ୍ର ଦେଶରେ ଟିକାର ମୂଲ୍ୟ ସମାନ ରଖାଯିବାକୁ ସର୍ବୋଚ୍ଚ ଅଦାଲତ କହିବାର କିଛିଦିନ ପରେ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂପ୍ରତି କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିରେ ୪୫ ବର୍ଷ ଏବଂ ତାହାଠାରୁ ଅଧିକ ବୟସ ବର୍ଗଙ୍କୁ ମାଗଣା ଟିକା ପ୍ରଦାନ କରାଯାଉଥିବାବେଳେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ତାହାକୁ ଦେୟଯୁକ୍ତ କରାଯାଇଛି।

କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ପ୍ରଭାବିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଜଟିଳ ହୋଇପଡୁଥିବା ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ। କେନ୍ଦ୍ର ବଜେଟରେ କୋଭିଡ ଟିକା ସଂଗ୍ରହ ପାଇଁ ବରାଦ କରାଯାଇଥିବା ୩୫,୦୦୦ କୋଟି ଟଙ୍କା କିଭଳି ଖର୍ଚ୍ଚ କରାଯାଉଛି ତାହା ସ୍ପଷ୍ଟ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସେହି ଅର୍ଥକୁ ଦେଶର ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ଟିକାକରଣ ନିମନ୍ତେ କାହିଁକି ବ୍ୟବହାର କରାଯାଇପାରିବ ନାହିଁ, ତାହା ମଧ୍ୟ ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories