www.samajalive.in
Saturday, December 6, 2025
23.1 C
Bhubaneswar

ତିରୁପତି ଲଡୁ ବିବାଦ: ତଦନ୍ତ ପାଇଁ ଗଠନ ହେବ ନୂଆ ଏସଆଇଟି

ନୂଆଦିଲ୍ଲୀ: ତିରୁପତି ଲଢୁ ବିବାଦରେ ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି ଟିମରେ ୨ଜଣ ପୁଲିସ, ୨ଜଣ ସିବିଆଇ ଅଧିକାରୀ ଓ ଏଫଏସଏସଏଆଇର ଜଣେ ସଦସ୍ୟ ରହିବେ। ଏହାସହିତ ସୁପ୍ରିମକୋର୍ଟ କହିଛନ୍ତି ଏସଆଇଟିର ତଦନ୍ତ ଅନୁଧ୍ୟାନ କରିବେ ସିବିଆଇ ନିର୍ଦ୍ଦେଶକ। ସୂଚନା ଅନୁସାରେ ଆନ୍ଧ୍ର ସରକାରଙ୍କ ଗଠିତ ଏସଆଇଟି ତଦନ୍ତକୁ ତିନିଦିନ ବାତିଲ କରାଯାଇଥିଲା। ଆନ୍ଧ୍ର ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ ଅନୁଯାୟୀ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ତିରୁପତି ଲଡୁ ବିବାଦ ଉପରେ ଏସଆଇଟି ପ୍ରକାର ତଦନ୍ତ କରିନଥିଲା। ଲଡୁ ବିବାଦର ତଦନ୍ତ ପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ୨୬ରେ ଏସଆଇଟି ଗଠନ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories