www.samajalive.in
Friday, December 5, 2025
26.1 C
Bhubaneswar

ସୁପ୍ରିମକୋର୍ଟରେ ସଦଗୁରୁଙ୍କୁ ଆଶ୍ୱସ୍ତି; ଇଶା ଫାଉଣ୍ଡେସନରେ ପଶିପାରିବନି ପୁଲିସ

ନୂଆଦିଲ୍ଲୀ: ଆଧ୍ୟତ୍ମିକ ଗୁରୁ ସଦଗୁରୁଙ୍କୁ ସୁପ୍ରମିକୋର୍ଟରୁ ଆଶ୍ୱସ୍ତି ମିଳିଛି। ସଦଗୁରୁଙ୍କ ସଂସ୍ଥା ଇଶା ଫାଉଣ୍ଡେସନରେ ପୁଲିସ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମାଡ୍ରାସ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ, ତାହା ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ମାମଲାର ଶୁଣାଣି ନିଜ ହାତକୁ ନେବା ସହିତ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ତାମିଲନାଡୁ ପୁଲିସ ଗତ ମଙ୍ଗଳବାର କୋଏମ୍ବାଟୁର ସହରରେ ଥିବା ଇଶା ଫାଉଣ୍ଡେସନ ପରିସରରେ ପ୍ରବେଶ କରିଥିଲେ। ଏସ.କାମରାଜ ନାମକ ଜଣେ ଅବସରପ୍ରାପ୍ତ ପ୍ରଫେସର ଇଶା ଫାଉଣ୍ଡେସନ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ତାଙ୍କର ଦୁଇ କନ୍ୟା ଗୀତା ଓ ଲତାଙ୍କୁ ମାନସିକସ୍ତରରେ ବୁଝାବୁଝି କରି କୋଏମ୍ବାଟୁର ସ୍ଥିତ ଇଶା ଯୋଗ ସେଣ୍ଟରରେ ସ୍ଥାୟୀଭାବେ ବାସ କରିବାକୁ ପ୍ରବର୍ତ୍ତାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏପିରିକି ପରିବାର ସହ ଯୋଗାଯୋଗ ରଖିବାକୁ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଉନଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories