www.samajalive.in
Monday, December 15, 2025
14.1 C
Bhubaneswar

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ; କିଛି ଗଡ଼ବଡ଼ ହେଲେ ସମ୍ପୂର୍ଣ୍ଣ ପ୍ରକ୍ରିୟା ରଦ୍ଦ କରାଯିବ

ସମାଜ ଡିଜିଟାଲ ଡେସ୍କ: ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ବା ଅସିଦ୍ଧ ଘୋଷଣା କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରକାଶ ପାଇବ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ଏସଆଇଆର ବିରୋଧରେ ଆଗତ ପିଟିସନଗୁଡ଼ିକର ଶୁଣାଣି କରୁଥିବା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ବ୍ୟବସ୍ଥା ହୋଇଥିବାରୁ ଏସଆଇଆର ପରିଚାଳନାରେ ଆଇନ ଏବଂ ବିଧିବଦ୍ଧ ନିୟମ ପାଳନ ହେଉଥିବା ଆଶା କରାଯାଉଛି। ଯଦି ଏସଆଇଆର କାର୍ଯ୍ୟକାରୀ ସମୟରେ ସାମ୍ବିଧାନିକ ସୁରକ୍ଷାକୁ ଅଣଦେଖା କରି କୌଣସି ବେଆଇନ କାର୍ଯ୍ୟ ହୋଇଥିବା ପ୍ରମାଣ ମିଳେ, ତେବେ ସମ୍ପୂର୍ଣ୍ଣ  ପ୍ରକ୍ରିୟାକୁ ଅସିଦ୍ଧ କରିଦିଆଯିବ। ବିହାର ଏସଆଇଆର ଉପରେ କୌଣସି ଆଶିଂକ ରାୟ ଦିଆଯିବ ନାହିଁ। ସର୍ବୋଚ୍ଚ ଅଦାଲତଙ୍କ ଚୂଡ଼ାନ୍ତ ରାୟ ସାରା ଭାରତରେ ଲାଗୁ ହେବ ବୋଲି ଖଣ୍ଡପୀଠ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇ ଆଧାରକୁ ଦ୍ଵାଦଶ କାଗଜପତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ। ଭୋଟରଙ୍କ ପରିଚୟ ସାବ୍ୟସ୍ତ କରିବା ଲାଗି ନିର୍ବାଚନ ଆୟୋଗ ୧୧ଟି କାଗଜପତ୍ରକୁ ବୈଧ ଦର୍ଶାଇଥିଲେ, ଯେଉଁଥିରେ ଆଧାର ସମ୍ପୃକ୍ତ ନ ଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories