www.samajalive.in
Sunday, December 14, 2025
26.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ : ଏମାନଙ୍କୁ ମିଳିଲା ବଞ୍ଚିବାର ରାହା

ଭୁବନେଶ୍ୱର : ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ ଶୁଣାଇଥିବା ଐତିହାସିକ ରାୟକୁ ବିଭିନ୍ନ ମହିଳା ସଙ୍ଗଠନ ସ୍ୱାଗତ କରିଛି। ତାଙ୍କର ଏହି ରାୟ ଏଲିଜିବିଟି ପକ୍ଷରେ ରହିଛି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିବା ୫ଜଣିଆ ଖଣ୍ଡପୀଠ ଏକମତହୋଇ ଏହି ରାୟ ଶୁଣାଇଛନ୍ତି। ପାଖାପାଖି ୫୫ମିନିଟ୍‍ ପରେ ଶୁଣାଇଥିବା ଏହି ରାୟରେ ଧାରା ୩୭୭କୁ ରଦ୍ଧ କରାଯାଇଛି।
ସୁପ୍ରିମକୋର୍ଟ କହିଛନ୍ତିି ଯେ ସମଲିଙ୍ଗୀ ସମ୍ପର୍କ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ। ଅନ୍ତରଙ୍ଗତା ଏବଂ ନିଜସ୍ୱଭାବକୁ ଏଥିରେ ଧ୍ୟାନ ଦିଆଯାଇଛି। ଏଥିରେ ଭେଦଭାବ କରିବା ମୌଳିକ ଅଧିକାରରୁ ବଞ୍ଚିତ କରିବା ବୋଲି ସୁପ୍ରିମକୋର୍ଟ କହିଛନ୍ତିି। ଅଦାଲତ ଅନୁସାରେ ସମ୍ବିଧାନର ୩୭୭ ଧାରା ସମାନତା ଅଧିକାର ଅନୁଛେଦ-୧୪ର ହତ୍ୟା କରୁଛି। କୋର୍ଟ ସମଲିଙ୍ଗୀ ସମ୍ପର୍କକୁୁ ମାନସିକ ବିକାର ବୋଲି ମାନୁନାହିଁ। ତେବେ ଆସନ୍ତୁ ଜାଣିବା ଓଡିଶାର ସାମାଜିକ କର୍ମୀ ଏବାବଦରେ କ’ଣ କହୁଛନ୍ତି –


ନମ୍ରତା ଚଢ଼ା (ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟା)- ମୁଁ ସୁପ୍ରିମକୋର୍ଟଙ୍କର ଏହି ରାୟକୁୁ ସ୍ୱାଗତ ଜଣାଉଛିି। ସମଲିଙ୍ଗୀ ସମ୍ପର୍କ କୌଣସି ଅପରାଧ ନୁହେଁ। ଏହି ରାୟ ବହୁତ ଆଗରୁ ଦିିଆଯିବାକଥା। ଏବେ ଏଲିଜିବିଟିର ସ୍ୱାଧୀନତାରେ କୌଣସି ନ୍ୟାୟିକ ପ୍ରତିବନ୍ଧକ ନାହିଁ। ଏବେ ଏହି ଳୋକମାନେ ସମ୍ମାନର ସହ ବଞ୍ଚିପାରିବେ କିନ୍ତୁ ସାମାଜିକ ମର୍ଯ୍ୟାଦା ପାଇବା ପାଇଁ ଏମାନଙ୍କୁ ସଂଗ୍ରାମ କରିବାକୁ ପଡିବ।

- Advertisement -

ସୁଭଶ୍ରୀ ଦାସ (ମହିଳାଙ୍କ ମଧ୍ୟସ୍ଥ ସଂସ୍ଥା)- ସୁପ୍ରିମକୋର୍ଟର ୩୭୭ର ରାୟ ସ୍ୱାଗତଯୋଗ୍ୟ ଅଟେ। ଲୋକତାନ୍ତ୍ରୀକ ଢାଞ୍ଚାରେ ପ୍ରତ୍ୟେକଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଏହା ସମ୍ବିଧାନର ୧୪ଅନୁଛେଦ ଏବଂ ୨୧ଅନୁସାରେ ମୌଳିକ ଅଧିକାର ଶ୍ରେଣୀରେ ଆସୁଛି। ଅନ୍ୟ ଲୋକମାନଙ୍କ ଭଳି ସମଲିଙ୍ଗୀଙ୍କର ମଧ୍ୟ ଜୀବନ ଅଛି। ସୁଭଶ୍ରୀ ପ୍ରଶ୍ନ ଉଠାନ୍ତି କି ଯଦି ଲିଭ ଇନ ରିଲେସନ୍ସିପ ବା ଏକାଠି ରହିବାକୁ ସ୍ୱିକୃତୀ ମିଳିଛି ତେବେ ତୃତୀୟଲିଙ୍ଗକୁ କାହିଁକି ନୁହେଁ? ମାତ୍ର ଲୋକଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ଏମାନେ ଅନ୍ୟ ଲୋକମାନଙ୍କ ଠାରୁ ଅଲଗା ହୋଇପାରନ୍ତି କିନ୍ତୁ ପକୃତି ସେମାନଙ୍କୁ ମଧ୍ୟ ମଣିଷ ଜୀବନ ଭଳି ବଞ୍ଚିବାର ଅଧିକାର ଦେଇଛି।

ଆରତୀ ଦେବୀ(ସାମାଜିକ କର୍ମୀ)- ଉଚ୍ଚତମ ନ୍ୟାୟାଳୟ ସମଲିଙ୍ଗୀ ସମ୍ପର୍କକୁ ଆଇନଗତ ଅଧିକାର ଦେଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯେପର୍ଯ୍ୟନ୍ତ ଏମାନଙ୍କୁ ନୈତିକ ମାନ୍ୟତା ନ ମିଳିବ, ସେପର୍ଯ୍ୟନ୍ତ ଏମାନଙ୍କୁ ସମସ୍ଥେ ଛୋଟ ଆଖିରେ ଦେଖୁଥିବେ।
ଏବେ ଏମାନେ ସମାଜରେ ସମ୍ମାନର ସହ ବଞ୍ଚିପାରିବେ। କାରଣ ଆଜି ପର୍ଯ୍ୟନ୍ତ ଏମାନେ ସାର୍ବଜନିକ ଭାବେ ସାମ୍ନାକୁ ଆସୁନଥିଲେ। ଏବେ ବର୍ତ୍ତମାନ ଠାରୁ ଆମର ସହିଷ୍ଣୁତାର ନୂଆ ଅଧ୍ୟାୟ ଆରମ୍ଭ ହେବ।

ମୀରା ପରିଡା(‘ସଖା’ର ପ୍ରତିଷ୍ଠାତା)- ଏହି ନିଷ୍ପତ୍ତି ଦ୍ୱାରା ସମାଜରେ କିନ୍ନର ମାନଙ୍କର ସାମାଜିକ ଶସକ୍ତିକରଣ ହେବ। ଏହା ଏପରି ଏକ ରାୟ ଯାହା ଆମକୁ ସମ୍ମାନର ସହ ଜୀବନ ବଞ୍ଚିବାର କାରଣ ମଧ୍ୟ ଦେଇଛି। ଏବେ ଆମ ଦେଶ ମଧ୍ୟ ବିଶ୍ୱର ପ୍ରଥମ ଦେଶ ହୋଇଯାଇଛି ଯେଉଁଠାରେ ଅଦାଲତ କିନ୍ନରଙ୍କୁ ସମ୍ମାନ ଦେବାପାଇଁ ସରକାରଙ୍କୁ କଲ୍ୟାଣକାରୀ କାଯ୍ୟକ୍ରମ କରିବାପାଇଁ ଏକପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଁ ସୁପ୍ରିମକୋର୍ଟକୁ ଧନ୍ୟବାଦ ଦେଉଛି ଯିଏକି ଆମ ସମସ୍ତଙ୍କ ଦୁଃଖକୁ ଅନୁଭବ କରିଛନ୍ତି। ଏହି ରାୟକୁ ସମ୍ପୂର୍ଣ୍ଣ କିନ୍ନର ସମାଜ ହୃଦୟର ସହ ସ୍ୱାଗତ ଜଣାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories