୧୦ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପୂର୍ବ ପରୀକ୍ଷା ଫଳ ସମୀକ୍ଷା ଓ ସୁପର-୩୦ ମିଶନ ସମ୍ପର୍କିତ ଆଲୋଚନା

ବାଙ୍କୀ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପରାମର୍ଶ କ୍ରମେ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୨୧ଗୋଟି ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପୂର୍ବ ପରୀକ୍ଷା ଫଳାଫଳ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ ଏବଂ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ଥିଲେ । ୨୧ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଯେପରି ପ୍ରତି ହାଇସ୍କୁଲରେ ୩୦ଜଣ ସୁପର- ୩୦ ବିଦ୍ୟାର୍ଥୀ ଏ-୧ ଗ୍ରେଡରେ ସଫଳତାର ସହିତ ପାସ୍ କରିବେ ସେଥି ପ୍ରତି ଦୃଷ୍ଟିଦେଇ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଏ ସମ୍ପର୍କରେ ଆଲୋଚନା କରାଯାଇ ପ୍ରଧାନ ଶିକ୍ଷକ ମାନେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବିଇଓ ପରାମର୍ଶ ଦେଇଛନ୍ତି । ଶୈକ୍ଷିକ ପରିବେଶ ଏବଂ ଶିକ୍ଷା ପଦ୍ଧତ୍ତି ଉପରେ ଗୁରୁତ୍ୱ ଦେବାପାଇଁ ଆଲୋଚନା କରିଛନ୍ତି । ପ୍ରଧାନ ଶିକ୍ଷକ ମାନଙ୍କ ଉପସ୍ଥିତି ଓ ଆଲୋଚନା ପାଇଁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଛନ୍ତି ।

kalyan agarbati

Comments are closed.